ମୁଖ୍ୟ ଖବର

ଓଡ଼ିଶା ପ୍ରବେଶ କଲା ମୌସୁମୀ ବାୟୁ

By Swagatika Samantray

June 08, 2024

ଭୁବନେଶ୍ୱର: ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି। ଚଳିତ ବର୍ଷ ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ରାଜ୍ୟରେ ପ୍ରବେଶ କରିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଗତ ମେ’ ୩୦ ତାରିଖରେ କେରଳ ଉପକୂଳ ଛୁଇଁଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏହାର ୮ ଦିନ ପରେ ଆଜି ଓଡ଼ିଶାରେ ଏହା ପ୍ରବେଶ କରିଛି।

ଓଡ଼ିଶାରେ ମୌସୁମୀ ପ୍ରବେଶ କରିବା ଖବର ସମସ୍ତଙ୍କୁ ଆଶ୍ୱସ୍ତି ଦେଇଛି। ଏବେଠୁ ମୌସୁମୀ ରାଜ୍ୟରେ ପ୍ରବେଶ କରି ସାରିଥିବା ବେଳେ ଆଗକୁ ରହିଛି ରଜ। ତେଣୁ ଏଥର ସମସ୍ତେ ରଜରେ ରଜ ପାଗର ଭରପୁର ଆନନ୍ଦ ଅନୁଭବ କରିବେ ବୋଲି ପୂର୍ବାନୁମାନ କରାଯାଉଅଛି।