ମୁଖ୍ୟ ଖବର

ଏଥର ମେ’ ୨୭ ସୁଦ୍ଧା କେରଳ ଛୁଇଁବ ମୌସୁମୀ: ପାଣିପାଗ ବିଭାଗର ଆକଳନ

By Angul TV Bureau

May 10, 2025

ଅନୁଗୁଳ: ପ୍ରବଳ ଗୁଳୁଗୁଳିରୁ ଆଶ୍ୱସ୍ତି ଦେବାକୁ ଯାଉଛି ମୌସୁମୀବର୍ଷା।ଆସନ୍ତା ମେ’୨୭ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ରହିଛି। ପୂର୍ବରୁ ମେ’ ୧୩ରେ ମୌସୁମୀ ଦକ୍ଷିଣ ଆଣ୍ଡାମାନ ଛୁଇଁବ ବୋଲି ଆକଳନ କରାଯାଇଥିବା ବେଳେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ନେଇ ଅନୁକୂଳ ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଏଥିସହ ଚଳିତ ସାରା ଦେଶରେ ସ୍ବାଭାବିକ ବର୍ଷା ହେବା ନେଇ ଆକଳନ କରାଯାଇଛି। ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଚଳିତ ବର୍ଷ ଅଧିକ ମୌସୁମୀ ବର୍ଷା ହେବା ନେଇ ମଧ୍ୟ ପୂର୍ବାନୁମାନ କରାଯାଇଥିଲା।