ମୁଖ୍ୟ ଖବର

କେରଳ ଛୁଇଁଲା ମୌସୁମୀ: ୧୦-୧୨ ଦିନ ଭିତରେ ଛୁଇଁବ ଓଡ଼ିଶା ଉପକୂଳ

By Angul TV Bureau

May 29, 2022

ଭୁବନେଶ୍ୱର: କେରଳ ଛୁଇଁଲା ମୌସୁମୀ। ନିର୍ଦ୍ଧାରିତ ସମୟର ତିନି ଦିନ ପୂର୍ବରୁ ସ୍ଥଳଭାଗ ଛୁଇଁଛି ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ। ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛି ପାଣିପାଗ ବିଭାଗ। ଜୁନ ୧ରେ ମୌସୁମୀ କେରଳ ଛୁଇଁବ ବୋଲି ଆଇଏମଡି ପୂର୍ବାନୁମାନ କରିଥିଲା।

ମୌସୁମୀ ବାୟୁ କେରଳ ଛୁଇଁବାର ପ୍ରାୟ ୧୦ ରୁ ୧୨ଦିନ ଭିତରେ ଓଡ଼ିଶା ଛୁଇଁଥାଏ। ଅର୍ଥାତ୍ ଯଦି ପାଣିପାଗ ଠିକ୍ ରହେ ତାହେଲେ ଜୁନ୍ ୧୦ ତାରିଖ ସୁଦ୍ଧା ମୌସୁମୀ ବାୟୁ ଓଡିଶା ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।