ମୁଖ୍ୟ ଖବର

ଏଥର ଶୀଘ୍ର ଆସିବ ମୌସୁମୀ, ୧୯ ରେ ଆଣ୍ଡାମାନ ଛୁଇଁବ

By Angul TV Bureau

May 15, 2024

 

ଭୁବନେଶ୍ୱର: ଏଥର ଶୀଘ୍ର ଆସିବ ମୌସୁମୀ। ଏ ନେଇ ଆକଳନ କରିଛି ପାଣିପାଗ ବିଭାଗ। ଆସନ୍ତା ୧୯ ତାରିଖ ସୁଦ୍ଧା ଆଣ୍ଡାମାନ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଣ୍ଡାମାନ ସାଗର, ନିକୋବର ଦ୍ୱୀପପୁଞ୍ଜ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରକୁ ମୌସୁମୀ ବାୟୁ ଅଗ୍ରସର ହେବ। ଗତବର୍ଷ ୭ ଦିନ ବିଳମ୍ବରେ ଅର୍ଥାତ୍‌ ଜୁନ ୮ରେ ମୌସୁମୀ ଭାରତର ମୁଖ୍ୟ ଭୂଖଣ୍ଡର କେରଳ ଉପକୂଳକୁ ପ୍ରବେଶ କରିଥିଲା।

ମୌସୁମୀ ଆଣ୍ଡାମାନ ସାଗରକୁ ପ୍ରବେଶ କରିବା ପରେ ଯଦି ବାତ୍ୟା କିମ୍ବା ଅବପାତ ପାଣିପାଗ ପ୍ରକ୍ରିୟା ସୃଷ୍ଟି ନହୁଏ ତେବେ କେରଳ ତଥା ଓଡ଼ିଶାକୁ ସମୟ ପୂର୍ବରୁ ମୌସୁମୀ ଅଗ୍ରସର ହେବାର ସମ୍ଭାବନା ଥାଏ। ଚଳିତ ବର୍ଷ ବାତ୍ୟା ଥିବାକୁ ଓଡ଼ିଶାକୁ ଶୀଘ୍ର ମୌସୁମୀ ପ୍ରବେଶ କରିବ ବୋଲି ଆକଳନ କରାଯାଉଛି।