ମୁଖ୍ୟ ଖବର

ଜରପଡ଼ାରେ ୩୬ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ମାସିକ ବୈଠକ

By Angul TV Bureau

November 27, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡ଼ାସ୍ଥିତ ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପ୍ରଥମ ମାସିକ ବୈଠକ ଅନୁଷ୍ଠିତ ହୋଇଛି।

ପ୍ରଧାନ ଶିକ୍ଷୟିତ୍ରୀ ସବିତା ରାଣୀ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ବୈଠକରେ ବ୍ଲକ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ମୁଖ୍ୟ ଅତିଥି ଥିଲେ। ଏଥିରେ ଗୁଣାତ୍ମକ ଶିକ୍ଷାଦାନ, ନୂତନ ଜ୍ଞାନକୌଶଳର ପ୍ରୟୋଗ, ଶିକ୍ଷକ ପ୍ରଶିକ୍ଷଣ ଏବଂ ସରକାରୀ ଯୋଜନାର ସଫଳ ରୂପାୟନ ଉପରେ ଆଲୋଚନା ହୋଇଥିଲା।

ତାଲିମ ସଂଯୋଜକ ରାକେଶ ପ୍ରୀତମ ସାହୁ ମାର୍ଗଦର୍ଶିକା ସମ୍ପର୍କରେ ସୂଚନା ଦେଇଥିଲେ। ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପବିତ୍ର ମୋହନ ଦେହୁରୀ, ବନିତା ବେହେରା ଓ ସିଆରସିସି ଦୀପକ କୁମାର ସାହୁ ଉପସ୍ଥିତ ଥିଲେ। ବୈଠକରେ ବ୍ଲକର ୩୬ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ ଯୋଗଦେଇଥିଲେ। ଶେଷରେ ବରିଷ୍ଠ ଶିକ୍ଷକ ମାନସ ରଞ୍ଜନ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ।