ମୁଖ୍ୟ ଖବର

ଜିଲ୍ଲାପାଳଙ୍କ ମାସିକ ରାଜସ୍ବ ସମୀକ୍ଷା ବୈଠକ: ଜାତୀୟ ରାଜପଥ ଓ ରେଳବାଇ ଅଧିକାରୀଙ୍କ ସହ ଆଲୋଚନା କରି ଶୀଘ୍ର କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

By Angul TV Bureau

December 13, 2022

ଅନୁଗୁଳ: ଆଜି ରାଜସ୍ବ ବିଭାଗର ରାଜସ୍ବ ଆଦାୟ ଓ ବିଭିନ୍ନ ବିଭାଗର କାର୍ଯ୍ୟକାରିତା ଉପରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ ଯୋଗ ଦେଇ ରାଜସ୍ବ ଆଦାୟ କିପରି ଶତ ପ୍ରତିଶତ ହୋଇପାରିବ ସେ ସମ୍ପର୍କରେ ଗୁରୁତ୍ବାରୋପ କରିଥିଲେ। ଏ ଅବସରରେ ସେ ରାଜସ୍ବ ବିଭାଗର ବିଭିନ୍ନ ମାମଲା କିପରି ସରକାରଙ୍କ ନିର୍ଦ୍ଦେଶମତେ ସମୟାନୁଯାୟୀ ଫଇସଲା ହୋଇପାରିବ ସେଥିପାଇଁ ସମସ୍ତ ରାଜସ୍ବ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଶୈଳଶ୍ରୀ କ୍ଷେତ୍ର ସମ୍ମୁଖରେ ବେଆଇନ୍ ପାର୍କିଂ ନ କରିବା ପାଇଁ ଆଲୋଚନା ହୋଇଥିଲା। ଏଥିସହ ଅବକାରୀ ବିଭାଗ, ଆଞ୍ଚଳିକ ପରିବହନ, ଜାତୀୟ ସୂଚନା କେନ୍ଦ୍ର (ଏନ୍ ଆଇ ସି), ଯୋଗାଣ ବିଭାଗ, ଜଳସେଚନ, ପୂର୍ତ୍ତ ବିଭାଗ, ଜିଲ୍ଲା ମଙ୍ଗଳ, ପ୍ରଦୂଷଣ ନିୟନ୍ତ୍ରଣ, ଜଙ୍ଗଲ ଓ ପରିବେଶ,ଜମି ବନ୍ଦୋବସ୍ତ ଓ ଭୂମିହୀନ ଆଦି ବିଭିନ୍ନ ବିଭାଗର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ହୋଇଥିଲା।

ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରା, ଅନୁଗୁଳ ଉପଜିଲ୍ଲାପାଳ ବଇତୁରା ଦିପ୍, ତାଳଚେର ଉପଜିଲ୍ଲାପାଳ ବିଶ୍ବରଞ୍ଜନ ରଥ, ଆଠମଲ୍ଲିକ ଉପଜିଲ୍ଲାପାଳ ତରଣୀ ସୁନା, ଏନ୍ ଆଇ ସିର ଡିଆଇଓ ସୁବ୍ରତ କୁମାର ଚାର୍ଟାର୍ଜୀ, ସମସ୍ତ ତହସିଲଦାରଙ୍କ ସମେତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ

ସେହିପରି ଅପରାହ୍ନରେ ଜାତୀୟ ରାଜପଥ ଅଧିକାରୀ ଓ ରେଳବାଇ ଅଧିକାରୀଙ୍କ ଉପସ୍ଥିତିରେ ଅନ୍ୟ ଏକ ସମୀକ୍ଷା ବୈଠକ ହୋଇଥିଲା। ବୈଠକରେ ଜାତୀୟ ରାଜପଥ ସମ୍ପର୍କିତ ବିଭିନ୍ନ ସମସ୍ୟାଗୁଡିକୁ ଯଥାଶୀଘ୍ର ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଓ ସମସ୍ତ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ।