ଅନ୍ୟାନ୍ୟ

କଂଗ୍ରେସ ପକ୍ଷରୁ ଏଡିଏମ୍ଓ ମେଡିକାଲଙ୍କୁ ସ୍ମାରକ

By Biswaranjan Pattnaik

September 15, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚାଲି ଥିବା ବିଭିନ୍ନ ଅନିୟମିତତା ଏବଂ ଅବ୍ୟବସ୍ଥା ଦୂର କରିବା ଦାବିରେ କଂଗ୍ରେସ ଓବିସି ସେଲ ମୁଖ୍ୟ ଜିତେନ୍ଦ୍ର ସାହୁଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ଦଳ ଏଡିଏମ୍ଓ ମେଡିକାଲ ଡ଼ା ମାନସ ରଞ୍ଜନ ବିଶ୍ୱାଳ ଙ୍କୁ ଭେଟି ଏକ ସ୍ମାରକ ପ୍ରଦାନ କରିଥିଲେ।ହସ୍ପିଟାଲ ପରିସରରେ ସିକ୍ୟୁରୀଟି ରୋଗୀଙ୍କୁ ଇଂଜେକ୍ସନ ମାରିବା,ଲିଫ୍ଟ ମାସ ମାସ ଧରି ଅଚଳ ରହିବା,ମୋବାଇଲ ଡିଜିଟାଲ ଏକ୍ସରେ ଅଚଳ ହେବ।,ଡାକ୍ତରଖାନା ପରିସରରେ ଘରୋଇ ଆମ୍ବୁଲାନ୍ସର ପ୍ରାଦୁର୍ଭାବ,ଡାଇଲେସିସ୍ ୱାର୍ଡ ରେ ପାଣି ଗଳିବା।ଆଦି ସମସ୍ୟାର ନିରାକରଣ ନେଇ।ଏଡିଏମ୍ଓ ଙ୍କୁ ଦାବୀ ପତ୍ର ଦିଆଯାଇଥିଲା।ଏହାର ସମାଧାନ ନ ହେଲେ କଂଗ୍ରେସ ରାଜ ରାସ୍ତାକୁ ଓଲ୍ହାଇବ ବୋଲି ଚେତାବନୀ ଦିଆଯାଇଛି।ଆଡଭୋକେଟ ଧର୍ମେନ୍ଦ୍ର ମିଶ୍ର,ଚିତ୍ତ ରଞ୍ଜନ ନାଏକ ଏବଂ ଅନ୍ୟମାନେ ପ୍ରତିନିଧି ଦଳରେ ସାମିଲ ଥିଲେ ।