ଅନ୍ୟାନ୍ୟ

ପଥରମୁଣ୍ଡା ରକବାରୁ ମୋରମ୍ ଚୋରା ଚାଲାଣ

By Angul TV Bureau

September 06, 2021

ଅନୁଗୁଳ (Jugal Kishore Sahoo) : ଅନୁଗୁଳ ଜିଲ୍ଲା କଣିହାଁ ବଡ଼ ପଥରମୁଣ୍ଡା ରକବା ତଥା କଣିହାଁ କଲେଜ ପାଖରେ ଦିନ ଦ୍ଵିପ୍ରହରରେ ବେଧଡକ ଭାବରେ ଜେସିବି ମେସିନ ଦ୍ଵାରା ଶହଶହ ଟ୍ରିପ ମୋରମ ଚୋରା ଚାଲାଣ ହେଉଛି । ଏହି ସମ୍ପର୍କରେ କଣିହାଁ ତହସିଲଦାର ସତିତପାବନ ଦେବତାଙ୍କୁ ପଚାରିବାରୁ ମୋ ପାଖରେ ଖବର ନାହିଁ ବୋଲି ସେ କହିଥିଲେ । ମାସ ମାସ ଧରି ଏହି ଅଂଚଳର ମୋରମ ମାଫିଆ ମାନେ ଏହି କାରବାର ଚଳାଇଛନ୍ତି ମାଫିଆଙ୍କ ଏଭଳି ବେଆଇନ କାର୍ଯ୍ୟ ଚାଲିଥିଲେ ମଧ୍ୟ ପ୍ରଶାସନନିକ ଅଧିକାରୀଙ୍କ ଆଡଆଖିରେ ରହିବା ଦୁର୍ଭାଗ୍ୟ ଜନକ ଏହା ଫଳରେ ରାଜ୍ୟ ସରକାରଙ୍କର ରାଜସ୍ୱ କ୍ଷତି ଘଟୁଛି। ପ୍ରକାଶଥାଉକି, କଣିହାଁ ତହସିଲ ଅଫିସ ଠାରୁ ମାତ୍ର ଏକ କି.ମି. ଦୂରରେ ଏଭଳି ବେଆଇନ କାରବାର ଚାଲିଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ତହସିଲ ଅଫିସଟି ଖୋଦ୍ ପଥରମୁଣ୍ଡା ରକବାରେ ଅବସ୍ଥିତ ଥିଲାବେଳେ ଏହି ଅଂଚଳରୁ ମୋରମ ଖୋଳି ଚେରା ଚାଲାଣ ହେବା ପ୍ରଶାସନିକ ଅଧିକାରୀଙ୍କ ଦକ୍ଷତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବର୍ତ୍ତମାନ ସେହି ଜାଗାରୁ ମୋରମ ଖୋଳାଯାଇଥିବା ଚତୁର୍ପାର୍ଶ୍ଵ ଇଲାକାରୁ ଶହଶହ ଟ୍ରିପ୍ ମେରମ ଖୋଳି ଚାଲାଣ ହୋଇଥିବା ନେଇ ଦୃଶ୍ୟପଟ ଦେଖିବାକୁ ମିଳିଛି। ଏଣୁ, ଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି।