ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବେଆଇନ୍ ଗୋରୁ ଚାଲାଣ ଥମିବାର ନାଁ’ ନେଉନି। ପୁଲିସ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ମାଫିଆ ଗୋରୁଚାଲାଣ କରୁଥିବା ବେଳେ ଶୁକ୍ରବାର ପାଲଲହଡ଼ା ଥାନା ଇଲାକା ବାଙ୍କଧର ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ଏକ ଅଭାବନୀୟ ଘଟଣା ଆଲୋଡନ ସୃଷ୍ଟି କରିଛି । ରାଜପଥରେ ଛିଡ଼ା ହୋଇଥିବା ଏକ ଦଶ ଚକିଆ ଟ୍ରକରୁ ୩୦ରୁ ଊର୍ଦ୍ଧ୍ବ ଗୋରୁଙ୍କ ମୃତଦେହ ପୁଲିସ୍ ଉଦ୍ଧାର କରିଛି । ଟ୍ରକରେ ଥିବା ସମସ୍ତ ଗୋରୁ ଶ୍ଵାସରୁଦ୍ଧ ହୋଇ ପ୍ରାଣ ହରାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେବେ ଟ୍ରକ୍କୁ ଛାଡ଼ି ଚାଳକ ଓ ହେଲାପର ଫେରାର ହୋଇଯାଇଛନ୍ତି । ଗୋରୁ ଗୁଡ଼ିକୁ ଚୋରା ଚାଲାଣ କରାଯାଉଥିବା ପୁଲିସ୍ କହିଥିବା ବେଳେ ପ୍ରାଣୀଧନ ଚିକିତ୍ସକ ଓ ପାଳଲହଡ଼ା ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛନ୍ତି ।