ମୁଖ୍ୟ ଖବର

ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା: ୯ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

By Biswaranjan Pattnaik

November 23, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅବକାରୀ ବିଭାଗକୁ ବଡ଼ ସଫଳତା। ଆଠମଲ୍ଲିକ ଅଞ୍ଚଳରୁ ପାଖାପାଖି ୮୪.୮ କେଜି ଗଞ୍ଜେଇ ଜବତ କରିବା ସହ ଚାଲାଣରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କା ହେବ। ଏଥିସହ ଗଞ୍ଜେଇ ଚାଲାଣରେ ବ୍ୟବହୃତ ଏକ ଦାମୀ କାରକୁ ମଧ୍ୟ ଅବକାରୀ ବିଭାଗର ଅଧିକାରୀ ଜବତ କରିବାରେ ସଫଳ ହୋଇଛନ୍ତି।

ସୂଚନା ମୁତାବକ, ଆଠମଲ୍ଲିକ ଅଞ୍ଚଳର ଯଦୁପୁର ଅଞ୍ଚଳରେ ଶୁକ୍ରବାର ଏହି ଚଢ଼ଉ ହୋଇଥିଲା। ଗିରଫ ଅଭିଯୁକ୍ତ ହେଲେ ଗଣେଶ ଦିଗଲ (୨୫)। ଏହି ଚଢ଼ଉରେ ଆଇଆଇସି ପବିତ୍ର ମାଝୀ, ଏସ୍ ଆଇ ନିରଞ୍ଜନ ସାହୁ, ଏସ୍ ଆଇ ମାଧବେଶ ମାରାଣ୍ଡି ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ।