ମୁଖ୍ୟ ଖବର

କାଲିଠୁ ସକାଳୁଆ ସ୍କୁଲ, ସବୁ ଜିଲ୍ଲାପାଳଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

By Angul TV Bureau

March 20, 2025

ଭୁବନେଶ୍ୱର: କାଲିଠୁ ସକାଳୁଆ ସ୍କୁଲ। ସବୁ ଜିଲ୍ଲାପାଳଙ୍କୁ ଏ ନେଇ ଚିଠି କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ବଢ଼ୁଥିବା ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି।

ଶୁକ୍ରବାର ଠାରୁ ସ୍କୁଲ ସକାଳ ୬.୩୦ରୁ ଆରମ୍ଭ ହୋଇ ୧୦.୩୦ଟା ଯାଏ ଚାଲିବ। ଏହି ନିୟମ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଲାଗୁ କରାଯାଇଛି। ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଏହି ନିର୍ଦ୍ଦେଶ ମାନିବେ।ଏହା ପୂର୍ବରୁ ଗତକାଲି ଏପ୍ରିଲ ୨ରୁ ବିଦ୍ୟାଳୟରେ ପାଠପଢ଼ା ସକାଳୁ ଆରମ୍ଭ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଥିଲେ। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠିରେ ସ୍କୁଲରେ ପାନୀୟ ଜଳର ସୁବ୍ୟବସ୍ଥା ପାଇଁ କୁହାଯାଇଛି। ସ୍କୁଲରେ ସୁରକ୍ଷିତ ପାନୀୟ ଜଳ, ଓଆର୍‌ଏସ୍‌ ପ୍ୟାକେଟ ମହଜୁଦ ରଖିବା ସହ ଅନ୍ୟ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି।