କ୍ରୀଡ଼ା

ମର୍ଣ୍ଣିଷ୍ଟାର୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ବିଏମ୍‌ସିସି ଚାମ୍ପିୟନ୍‌, ଡିସିସି ରନର୍ସଅପ

By Angul TV Bureau

December 26, 2021

ଅନୁଗୁଳ: ମର୍ଣ୍ଣିଷ୍ଟାର୍‌ କ୍ରିକେଟ କ୍ଲବ ତରଫରୁ ସ୍ଥାନୀୟ କଦମ ପଡ଼ିଆରେ ଚାଲିଥିବା ଷଷ୍ଠ ମର୍ଣ୍ଣିଷ୍ଟାର୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ୍‌ରେ ଅନୁଗୋଳର ବିଏମ୍‌ସିସି ଏବଂ ତାଳଚେର ଡିସିସି ମଧ୍ୟରେ ଖେଳା ଯାଇଥିଲା । ମୋଟ ୩ଟି ମ୍ୟାଚ୍‌ ଖେଳ ହୋଇଥିଲା । ପ୍ରଥମ ମ୍ୟାଚ୍‌ ୧୦ ଓଭର୍‌ ଏବଂ ପର ଦୁଇଟି ମ୍ୟାଚ୍‌ ୫ ଓଭର ଲେଖାଏଁ ଖେଳା ଯାଇଥିଲା। ବିଏମ୍‌ସିସି ଦୁଇଟି ମ୍ୟାଚ୍‌ ଜିତିଥିବା ଯୋଗୁ ଦଳକୁ ଚାମ୍ପିୟନ୍‌ ଘୋଷଣା କରାଯାଇଥିଲା । ପରେ ଆୟୋଜିତ ଉଦ୍‌ଯାପନୀ ସଭାରେ ମୁଖ୍ୟଅତିଥି ଭାବେ ଅନୁଗୋଳ ଜିଲା କ୍ରିକେଟ ସଂଘର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ସଂପାଦକ ସାଗରନାଥ ମିଶ୍ର, ଉପସଭାପତି ପ୍ରଭାତ କୁମାର ସିହ୍ନା ଏବଂ ଅରୁଣ ପଷୁପାଳକଙ୍କ ସମେତ ବିରେନ ସାମଲ, ଶେଖ ରଫିକ, ଗଙ୍ଗାଧର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଚାମ୍ପିୟନ୍‌ ଦଳକୁ ୨୦ ହଜାର ଟଙ୍କା ସହ ଟ୍ରଫି ଏବଂ ରନର୍ସଅପ୍‌ ଦଳକୁ ୧୫ ହଜାର ଟଙ୍କା ସମେତ ଟ୍ରଫି ପ୍ରଦାନ କରାଯାଇଥିଲା ।

ଅନ୍ୟାନ୍ୟ ବର୍ଗରେ ମଧ୍ୟ ଖେଳାଳିଙ୍କୁ ପୁରସ୍କୃତ କରାଯାଇଥିଲା । କ୍ଲବର ସଭାପତି ମୟାଧର ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ସଂପାଦକ ରଞ୍ଜନ କୁମାର ଧୀର ସାମନ୍ତ ପରିଚାଳନା କରିଥିଲେ । ମଞ୍ଚ ସଂଯୋଜନା କରିଥିଲେ ବିନୋଦ କୁମାର ସାମଲ ଆମ୍ପାୟର୍‌ ଭାବେ ଜୟକୃଷ୍ଣ ରାଉତ ଓ ତାପସ ରଞ୍ଜନ ମହାନ୍ତି ଖେଳ ପରିଚାଳନା କରିଥିଲେ । ମହେଶ୍ବର ଡାକୁଆ ଧାରାବିବରଣୀ ଦେଇଥିଲେ । ସ୍କୋରର ଦାୟିତ୍ବରେ ଥିଲେ ଅଭୟ ଓ ଚଦ୍ରଶେଖର।