ଘଟଣା ଓ ଦୁର୍ଘଟଣା

ପଡ଼ୋଶୀଙ୍କୁ ମାରପିଟ କରିବା ଅଭିଯୋଗ, ବନ୍ଧା ହେଲେ ମା’ ଓ ପୁଅ

By Angul TV Bureau

January 14, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ବାଗଡ଼ିଆ ଗାଁରେ ମହିଳାଙ୍କୁ ମାରପିଟ କରିବା ଅଭିଯୋଗରେ ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ମାନେ ହେଲେ ରଥସାହିର ସ୍ୱାଧୀନ ବେହେରା ଓ ତାଙ୍କର ମା’ ଅହଲ୍ୟା ବେହେରା।ସୂଚନା ମୁତାବକ, ବାଗଡ଼ିଆ ରଥ ସାହିର ରୋଜାଲିନ ବେହେରା ଓ ଅହଲ୍ୟା ବେହେରାଙ୍କ ପରିବାର ମଧ୍ୟରେ ପୂର୍ବ ଶତ୍ରୁତା ରହିଛି। ମଙ୍ଗଳବାର ରୋଜାଲିନ ବେହେରା ଗାଁ ଦାଣ୍ଡରେ ଶାଗ କିଣୁଥିବା ବେଳେ ଶାଗ ବିକାଳି ସହିତ ଥଟା ମଜା ହେଉଥିଲେ।

ଏହି ସମୟରେ ପଡିଶା ଘରର ଅହଲ୍ୟା ବେହେରା ତାଙ୍କୁ ଦେଖାଇ ଶିଖାଇ କୁହାଯାଉଥିବା କହି ଝଗଡ଼ା କରିଥିଲେ। ଏହି ବଚସା ଉଗ୍ର ହୋଇଥିଲା। ଅହଲ୍ୟା ତାଙ୍କ ପୁଅ ସହିତ ମିଶି ରୋଜାଲିନଙ୍କୁ ଗାଳି ଗୁଲଜ କରିବା ସହିତ ମାରପିଟ କରିଥିଲେ। ଏନେଇ ରୋଜାଲିନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ୭/୨୬ରେ ଏକ ମାମଲା ରୁଜୁ କରି ମା’ ଓ ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।