ଘଟଣା ଓ ଦୁର୍ଘଟଣା

ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ, ପ୍ରତିବାଦ କରିବାରୁ ମା’ଙ୍କୁ ଆକ୍ରମଣ

By Angul TV Bureau

July 30, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ତଳମୂଳ ଶାସନ ଗ୍ରାମର ଜଣେ ମାନସିକ ବିକାରଗ୍ରସ୍ତ ଝିଅଙ୍କୁ ଟଣାଓଟରା କରାଯାଇଥିବା ନେଇ ଅଭିଯୋଗ ହୋଇଛି।

ସୂଚନା ମୁତାବକ, ଦୟାନିଧି ନାଥ ଓ ଦମୟନ୍ତୀ ନାଥଙ୍କ ଝିଅ ଜଣେ ମାନସିକ ବିକାରଗ୍ରସ୍ତ। ତାଙ୍କୁ ସେହି ଗ୍ରାମର ଜଣେ ଯୁବକ ଖରାପ ଉଦ୍ଦେଶ୍ୟ ନେଇ ଟଣାଓଟରା କରିଥିଲେ। ଏ ନେଇ ଝିଅଟି ପାଟି କରିବାରୁ ପରିବାର ଲୋକ ଆସିଥିଲେ। ଯୁବକ ଜଣକ ଉତକ୍ଷିପ୍ତ ହୋଇ ଦମୟନ୍ତୀଙ୍କୁ ମାଡ଼ ମାରିବା ସହ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଗ୍ରାମବାସୀ ଆସିବାରୁ ଘଟଣାସ୍ଥଳରୁ ଯୁବକ ଜଣକ ପଳାଇ ଯାଇଥିଲା। ଗ୍ରାମବାସୀ ଦମୟନ୍ତୀଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏ ନେଇ ଦମୟନ୍ତୀ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।