ମୁଖ୍ୟ ଖବର

ଘରୋଇ ହସ୍ପିଟାଲ ହାତ ଛାଡ଼ିଦେଲା: ଦୁଇ ପୁଅଙ୍କୁ ଜନ୍ମ ଦେଇ ଆଖି ବୁଜିଲା ମା’

By Biswaranjan Pattnaik

December 20, 2022

ଅନୁଗୁଳ: ଜଣେ ମହିଳା ଗର୍ଭବତୀ ହେବା ଦିନଠାରୁ ସନ୍ତାନ ପ୍ରସବ କରିବା ଯାଏ ତାକୁ କିଭଳି ସ୍ୱାସ୍ଥ୍ୟ ସେବା ମିଳିବ ଏଥିପାଇଁ ଆଶା,ଏଏନଏମ ଠାରୁ ଅନ୍ୟ ତଳିଆ କର୍ମଚାରୀ ରହିଛନ୍ତି। କିନ୍ତୁ କିଛି ନର୍ସିଂହୋମ ରୋଗୀ ପିଛା ହଜାରେରୁ ଦୁଇ ହଜାର ଟଙ୍କାର ଲୋଭ ଦେଖାଇ ଏହି ତଳିଆ କର୍ମଚାରୀଙ୍କ ଜରିଆରେ ରୋଗୀମାନଙ୍କୁ ନିଜ ପାଖକୁ ନେଇଥାନ୍ତି।

ଏଭଳି ଏକ ଅଭାବନୀୟ ଘଟଣା ଛେଣ୍ଡିପଦାରେ ଦେଖିବାକୁ ମିଳିଛି।ଜରପଡା ଥାନା ତୁକୁଡ଼ା ଗାଁର ବିପିନ ସାହୁଙ୍କ ସ୍ତ୍ରୀ ରିଙ୍କି ପ୍ରଧାନ(୨୨)କୁ ନିଆ ଯାଇଥିଲା ଛେଣ୍ଡିପଦାର ଏକ ଘରୋଇ ହସ୍ପିଟାଲକୁ। ଗତ ୧୯ ତାରିଖ ଦିନ ବେଳା ତାଙ୍କୁ ଭର୍ତି କରାଯାଇ ଅସ୍ତ୍ରୋପଚାର ଜରିଆରେ ଯାଆଁଳା ଶିଶୁ ପୁତ୍ର ବାହାର କରାଯାଇଥିଲା।

କିନ୍ତୁ ଅସ୍ତ୍ରୋପଚାର ପରେ ରିଙ୍କିର ଚେତା ଫେରି ନଥିଲା ଏହାପରେ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା।ବିଚଳିତ ନର୍ସିଂ ହୋମ କର୍ତ୍ତୃପକ୍ଷ ତତ୍କାଳ ରୋଗୀକୁ ଅନୁଗୁଳ ରେଫର କରିଦେଇଥିଲେ।ଏଠାରେ ଡାକ୍ତର ମୃତ ତାଙ୍କୁ ଘୋଷଣା କରିବା ସହ ଆଜି ଦିନବେଳା ଶବ ବ୍ୟବଛେଦ କରାଇଥିଲେ। ମାତୃହରା ଦୁଇ ଶିଶୁ ପୁତ୍ର ଏସଏନସିୟୁରେ ଚିକିତ୍ସିତ ହେଉଛନ୍ତି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ଏକ ତଦନ୍ତ ହେବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି।