ମୁଖ୍ୟ ଖବର

ପରଲୋକରେ ମୋଦିଙ୍କ ମା’ ହୀରାବେନ୍: କୋକେଇକୁ କାନ୍ଧ ଦେଲେ ପ୍ରଧାନମନ୍ତ୍ରୀ, ସରିଲା ଅନ୍ତିମ ସଂସ୍କାର

By Angul TV Bureau

December 30, 2022

ନୂଆଦିଲ୍ଲୀ: ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍। ୧୦୦ ବର୍ଷ ବୟସରେ ହୀରାବେନଙ୍କ ମୃତ୍ୟୁ ଘଟିଛି। ଆଜି ଭୋର ୩ଟା ୩୦ ମିନଟରେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଦୁଇ ଦିନ ତଳେ ଅସୁସ୍ଥ ହେବାରୁ ଅହମ୍ମଦାବାଦର ୟୁଏନ୍ ମେହେତା ହସ୍ପିଟାଲରେ ହୀରାବେନଙ୍କୁ ଭର୍ତ୍ତି କରାଯାଇଥିଲା ।

ତେବେ ଆଜି ହିଁ ତାଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି। ଗାନ୍ଧୀନଗର ଶ୍ମଶାନରେ ହୀରବେନଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଭାଇଙ୍କ ସହ ମିଶି ମୋଦି ବି ମୁଖାଗ୍ନି ଦେଇଥିଲେ। ଘରୁ ମା’ଙ୍କୁ କାନ୍ଧ ଦେଇଥିଲେ ମୋଦି। ସୂଚନାଯୋଗ୍ୟ, ଗତ ଜୁନ ମାସରେ ୧୦୦ ତମ ଜନ୍ମ ଦିନ ପାଳିଥିଲେ ହୀରାବେନ। ହୀରାବେନଙ୍କ ପରଲୋକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାହୁଲ ଗାନ୍ଧୀ ପ୍ରମୁଖ ଶୋକ ବ୍ୟକ୍ତ କରି ଅମରଆତ୍ମାର ସଦଗତି କାମନା କରିଛନ୍ତି।