ଅନୁଗୁଳ: ଅନୁଗୁଳ ଜିଲ୍ଲା ବେନ୍ତପୁର ନିବାସୀ ତଥା ଅବସରପ୍ରାପ୍ତ ବରିଷ୍ଠ ପୋଲିସ ଅଧିକାରୀ ଦିଲୀପ କୁମାର ତ୍ରିପାଠୀଙ୍କ ମା’ ଗୀତା ତ୍ରିପାଠୀଙ୍କର (୮୧) ଗତକାଲି ସକାଳେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ସେ ଜଣେ ଅତ୍ୟନ୍ତ ମେଳାପୀ ଓ ଧର୍ମପରାୟଣା ମହିଳା ଥିଲେ।
ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ଦିଲୀପ ତ୍ରିପାଠୀ, କନ୍ୟା ସୁଷମା ତ୍ରିପାଠୀ (ନାଲକୋ ମ୍ୟାନେଜର), ନାତୁଣୀ ରାଜଶ୍ରୀ ଆର୍ଯ୍ୟବାଳା ତ୍ରିପାଠୀ (ବିଚାରପତି), ଜ୍ୱାଇଁ ପ୍ରଦୀପ ଦେବତା (ବରିଷ୍ଠ ଆଇନଜୀବୀ)ଙ୍କ ସମେତ ଅନେକ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ତାଙ୍କ ମରଶରୀରକୁ ଶେଷକୃତ୍ୟ ପାଇଁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇଛି। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।