ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ଶିମିଳିଛୁଇଁ ଗାଁର ପ୍ରାଇମେରୀ ସ୍କୁଲରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସ୍କୁଲରୁ ମଟର ପମ୍ପ ଚୋରି ହୋଇଥିବା ନେଇ ଷ୍ଟାଫ ଜୟଦେବ ସାହୁ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ, ଶିମିଳିଛୁଇଁ ପ୍ରାଇମେରୀ ସ୍କୁଲରେ ଏନଟିପିସି ପକ୍ଷରୁ ଏକ ବୋରୱେଲ ମଟର ପମ୍ପ ଲଗାଯାଇଥିଲା। କିନ୍ତୁ ଗତ କାଲି ରାତିରେ ମଟର ପମ୍ପକୁ କେହି ଚୋରି କରି ନେଇଯାଇଛି। ଏ ନେଇ ମହୀଧରପୁର ଫାଣ୍ଡିରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।