ଘଟଣା ଓ ଦୁର୍ଘଟଣା

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ମୋଟର ସାଇକେଲ, ୨ ଗୁରୁତର ହସ୍ପିଟାଲରେ ଭର୍ତ୍ତି

By Sanjeeb Biswal

September 30, 2023

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଗଡ଼ିଆ ଥାନା ଗଡ଼ମଣ୍ଡଳ ପାତ୍ରପଡ଼ା ରାସ୍ତାରେ ଭାରସାମ୍ୟ ହରାଇ ଏକ ମୋଟର ସାଇକେଲ ଗଛରେ ପିଟି ହୋଇଯିବାରୁ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରମାନେ ହେଲେ ହଣ୍ଡପା ଥାନା ଗାଁ ବଇଣ୍ଡା ଗ୍ରାମର କ୍ଷୀରୋଦ ନାୟକ ଓ ବନ ପୁଢ଼। ସୂଚନା ମୁତାବକ, କ୍ଷୀରୋଦ ନାୟକ ଓ ବନ ପୁଢ଼ ଶନିବାର ଅପରାହ୍ନରେ ଏକ ମୋଟର ସାଇକେଲରେ ଛେଣ୍ଡିପଦା ଆସୁଥିବା ବେଳେ ପାତ୍ରପଡା ଗଡ଼ମଣ୍ଡଳ ରାସ୍ତା ପାର୍ଶ୍ୱରେ ଲାଗିଥିବା ଗଛରେ ପିଟି ହୋଇ ରାସ୍ତା କଡ଼ରେ ପଡ଼ି ରହିଥିଲେ। ଏହି ସମୟରେ ରାସ୍ତାରେ ଯାଉଥିବା ଖମାର ଗ୍ରାମର ଦେବେଶ କୁମାର ସାହୁ ଓ ଟିକି ସାହୁ ତାଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ। ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖି ଚିକିତ୍ସା କରାଯାଉଛି।