ଘଟଣା ଓ ଦୁର୍ଘଟଣା

ଟ୍ରକ ଧକ୍କାରେ ବାଇକ ଚାଳକ ମୃତ

By Angul TV Bureau

May 24, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନୂଆହତା ଗାଁ ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥ ନୂତନ ବାଇପାସ୍ ଛକ ନିକଟରେ ଆଜି ଏକ ଟ୍ରକ୍ ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି।

ସୂଚନା ମୁତାବକ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ନିକଟସ୍ଥ ମାଧପୁର ଅଞ୍ଚଳର ଅକ୍ଷୟ ବେହେରା (୩୨) ଆଜି ଅପରାହ୍ନ ୧ ଟା ସମୟରେ ବାଇକ୍ (ଓଆର୍ ୧୯ ଏଚ୍ ୪୬୫୮) ରେ ଟାଟା ଷ୍ଟିଲ୍ କମ୍ପାନୀରୁ ଡିୟୁଟି ସାରି ବଅଁରପାଳ ମେସକୁ ଫେରୁଥିଲେ। ଏହି ସମୟରେ ନୂଆହତା ବାଇପାସ୍ ଛକରେ ପଛରୁ ଆସୁଥିବା ଟ୍ରକ (ଓଡ଼ି ୧୯ ଏଲ୍ ୪୨୫୮)ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିଲା।

ପରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଫଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା। ଖବର ପାଇ ବଅଁରପାଳ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଶବକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟାଳୟକୁ ପଠାଇ ଥିଲା। ଏଥିସହ ଟ୍ରକକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।