ଅନୁଗୁଳ: ବନ୍ତଳା ବେଡା ଶାସନ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଏଲୋରା ଯଶମାଳିନୀ ଗଡ଼ନାୟକଙ୍କ ଅକାଳ ବିୟୋଗରେ ତାଙ୍କ କୋଶଳା ସ୍ଥିତ ବାସ ଭବନରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଆଜି ଆୟୋଜିତ ଏହି ସଭାରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ବେଡା ଶାସନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମାନସୀ ନନ୍ଦ ଏବଂ ତାଙ୍କ ସହକର୍ମୀ, କୋଶଳା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାଲେଣ୍ଟିନା ଦାସ ଏବଂ ଷ୍ଟାଫ୍ଙ୍କ ସହ ଗାଁ ର ଗଣମାନ୍ୟ ବ୍ୟକ୍ତି ଯୋଗ ଦେଇ ଶିକ୍ଷୟିତ୍ରୀଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ବର୍ଗତା ଗଡ଼ନାୟକଙ୍କ ଆଦର୍ଶ, ଶିକ୍ଷାନୁରାଗ ଏବଂ ଛାତ୍ର ଛାତ୍ରୀଙ୍କ ପ୍ରତି ତାଙ୍କ ଭଲ ପାଇବା ଅତିଥି ମାନେ ମନେ ପକାଇଥିଲେ। ସୂଚନା ଯେ,ଗତ ୨୦ ତାରିଖ ରାତିରେ ସ୍ବର୍ଗତା ଗଡ଼ନାୟକଙ୍କ ମାତ୍ର ୩୫ ବର୍ଷ ବୟସରେ ପରଲୋକ ଘଟିଥିଲା ।