ଅନ୍ୟାନ୍ୟ

ବିଭିନ୍ନ ଦାବି ନେଇ ପୂର୍ବତଟ ରେଳ କର୍ମଚାରୀଙ୍କ ଆନ୍ଦୋଳନ

By Angul TV Bureau

May 29, 2024

ତାଳଚେର: ବିଭିନ୍ନ ଦାବି ନେଇ ତାଳଚେର ଅଖିଳ ଭାରତୀୟ ରେଳ ଚାଳକ ସଂଘ ପକ୍ଷରୁ ତାଳଚେର ଷ୍ଟେସନ ଠାରେ ଥିବା ଚାଳକ ନିୟନ୍ତ୍ରକଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୂଚନା ଅନୁଯାୟୀ, ୨୦୨୦ ମସିହାରୁ ବେଆଇନ ଭାବେ ବନ୍ଦ କରାଯାଇଥିବା ଦୈନିକ ଅତିକମ ମାଇଲେଜ ଭତ୍ତାକୁ ପୁନର୍ବାର ଚାଲୁ କରିବା ଦୈନିକ ଭତ୍ତା ପାଇଁ ଥିବା ରେଳ ବିଭାଗର ନିୟମକୁ ଲାଗୁ କରିବା, ରେଳ ବୋର୍ଡର ଦୈନିକ ୯ଘଣ୍ଟାର କାର୍ଯ୍ୟ ଅବଧି ନିୟମକୁ ଲାଗୁ କରିବା ଆଦି ବିଭିନ୍ନ ଦାବି ନେଇ ରେଳ ଚାଳକ ଧାରଣାରେ ବସିଛନ୍ତି। ସଂଘ ଶାଖା ମଣ୍ଡଳ ଏବଂ ଜୋନର ବିଭିନ୍ନ ଅଧିକାରୀଙ୍କୁ ଦାବି ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନଥିଲା। ଖୁବଶୀଘ୍ର ଦାବି ପୂରଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଲୋକୋ ପାଇଲଟ ମାନେ ଚେତାବନୀ ଦେଇଛନ୍ତି।

ଏହି ଧାରଣାରେ ପୂର୍ବତଟ ରେଳ ଖୋର୍ଦ୍ଧା ମଣ୍ଡଳର ଖୋର୍ଦ୍ଧା ରୋଡ଼, ତାଳଚେର, ପଲାସା, ପାରାଦ୍ୱୀପ, ଭଦ୍ରକ ଏବଂ କେନ୍ଦୁଝରର ରେଳ ଚାଳକମାନେ ଯୋଗ ଦେଇଥିଲେ।