ଅନ୍ୟାନ୍ୟ

ବିଦ୍ୟୁତ୍ ବିଭ୍ରାଟକୁ ନେଇ ଅସନ୍ତୋଷ, ଆନ୍ଦୋଳନ ଚେତାବନୀ

By Angul TV Bureau

April 26, 2025

ଅନୁଗୁଳ: ଅନୁଗୁଳ  ସଦର ଥାନା ଅନ୍ତର୍ଗତ ନତଡ଼ା ଗାଁରେ ବିଦ୍ୟୁତ୍ ବିଭ୍ରାଟ ନେଇ ଅସନ୍ତୋଷ ବଢ଼ି ବାରେ ଲାଗିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜନଜୀବନ ପ୍ରଭାବିତ ହେଉଥିବା ବେଳେ ଅଘୋଷିତ ବିଦ୍ୟୁତ୍ କାଟ ଓ ଲୋ-ଭୋଲଟେଜ୍ ସମସ୍ୟା ଅଞ୍ଚଳ ବାସୀଙ୍କ ଯନ୍ତ୍ରଣାକୁ ବଢ଼ାଇ ଦେଉଛି। ବିନା ବିଜୁଳିରେ ଜଳ ଯୋଗାଣଠୁ ନେଇ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ସେହିପରି ଲୋ-ଭୋଲଟେଜ୍ ଯୋଗୁ ଫ୍ୟାନ୍ ବୁଲୁ ନଥିବାରୁ ଅସହ୍ୟ ଗରମ ଗୁଳୁଗୁଳିରେ ଲୋକମାନେ ପେଶି ହେଉଛନ୍ତି। ଗାଁରୁ ବିଦ୍ୟୁତ୍ ବିଭ୍ରାଟ ଦୂର ହେଉନଥିବା ବେଳେ ଟିପିସିଓଡିଏଲ୍ କର୍ମଚାରୀଙ୍କ ମନମାନି ଚଳାଇଥିବା ଅଭିଯୋଗ ହେଉଛି। ବିଦ୍ୟୁତ୍ ବିଲ୍ ବକେୟା ଥିବା କହି ଲୋକଙ୍କ ବିଦ୍ୟୁତ୍ ସଂଯୋଗ କାଟି ଦେଉଥିବାରୁ ଗାଁରେ ଅସନ୍ତୋଷ ଦେଖାଦେଇଛି । ଗାଁ’ରେ ଲାଗି ରହିଥିବା ବିଜୁଳି ସମସ୍ୟାକୁ ତୁରନ୍ତ ସମାଧାନ କରାନଗଲେ ଗ୍ରାମବାସୀ ରାସ୍ତାଅବରୋଧ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।