ଘଟଣା ଓ ଦୁର୍ଘଟଣା

ଚଳନ୍ତା ଗାଡିର ଫାଟିଲା ଚକା: ପ୍ରଚଣ୍ଡ ଶବ୍ଦ ଶୁଣି ଧାଇଁଲେ ଯାତ୍ରୀ

By Angul TV Bureau

September 09, 2025

ଅନୁଗୁଳ: ମଙ୍ଗଳବାର ଅପରାହ୍ନରେ ଏକ ଯାତ୍ରୀବାହି ମିନିବସ ଅନୁଗୁଳ ସହରରୁ ବନ୍ତଳା ଅଭିମୁଖେ ଯାଉଥିବା ବେଳେ ଚକା ଫାଟିଯାଇଥିଲା। ଗାଡ଼ିରେ ବସିଥିବା ଯାତ୍ରୀ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ପ୍ରଚଣ୍ଡ ଶବ୍ଦ ଶୁଣି ଇତସ୍ତତଃ ହୋଇ ଗାଡିରୁ ଓଲେହି ଧାଇଁଥିଲେ। ଏହି ଦୁର୍ଘଟଣାରେ ଯାତ୍ରୀମାନଙ୍କ କୌଣସି କ୍ଷତି ହୋଇନଥିବା ବେଳେ ପରେ ଅନ୍ୟଏକ ଗାଡ଼ିରେ ପୁନଃ ଯାତ୍ରା କରିଥିଲେ।

ସୂଚନା ଯେ, ଅନୁଗୁଳ ମାବୁଢ଼ୀ ବଜାରଛକ ନିକଟରୁ ଏକ ଯାତ୍ରୀବାହୀ ମିନିବସ ବନ୍ତଳା ଅଞ୍ଚଳକୁ ମଙ୍ଗଳବାର ଅପରାହ୍ନ ସମୟରେ ଯାଉଥିଲା। ବସଷ୍ଟାଣ୍ଡରୁ ୧୦୦ ମିଟର ଆଗକୁ ଗାଡି ଗାଡିଥିବା ବେଳେ ବସଟିର ଆଗ ଡାହାଣ ଚକ ଫାଟିଯାଇଥିଲା। ଚକା ଫାଟିବାର ଶବ୍ଦ ଏତେ ଭୀଷଣ ଥିଲା ଯେ,ଯାତ୍ରୀ ମାନେ ଗାଡିରୁ ଓଲେହି ଆସିଥିଲେ। ପରବର୍ତ୍ତୀ ସମୟରେ ଅନ୍ୟ ଏକ ଗାଡ଼ିରେ ଯାତ୍ରୀ ମାନେ ଯାଇଥିଲେ।