ଅନୁଗୋଳ: ଆଠମଲ୍ଲିକ ଓ କିଶୋରନଗର ଅଞ୍ଚଳ ଗସ୍ତ ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ପଞ୍ଚାୟତ ରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାଏକ ମାନଯୋର ଡ୍ୟାମ୍ ପରିଦର୍ଶନ କରିଛନ୍ତି।ମାନଯୋର ଡ୍ୟାମ୍ ଜଳସେଚନ ମାଧ୍ୟମରେ ଚାଷୀ ଓ ଚାଷକାର୍ଯ୍ୟର କିପରି ଅଧିକ ଉନ୍ନତି ହୋଇପାରିବ, ସେନେଇ ସେମାନେ ବିଭାଗୀୟ ଅଧିକାରୀମାନଙ୍କ ସହ ଗତିଶୀଳ ଆଲୋଚନା କରିଥିଲେ।
ଏହି ପରିଦର୍ଶନ ସମୟରେ ଉପଜିଲ୍ଲାପାଳ ଉପେନ୍ଦ୍ର ଲୁହା, ମାନଯୋର ବିଭାଗ ଏସ.ଡି.ଓ., ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ସାଏ, ସାଂସଦଙ୍କ ପ୍ରତିନିଧି ପ୍ରକାଶ ଚନ୍ଦ୍ର ସାହୁ, ସରୋଜ ସାହୁ, ଅର୍ଜୁନ କୁମାର ସାହୁ, ସୁଶାନ୍ତ ହୋତା, ଜ୍ଞାନ ରଞ୍ଜନ ପ୍ରଧାନ, ଚିତ୍ତରଞ୍ଜନ ପ୍ରଧାନଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।