ମୁଖ୍ୟ ଖବର

କେଦାରଗୌରୀ ଦୃଷ୍ଟିହୀନ ଧନ୍ଦାମୂଳକ ତାଲିମ କେନ୍ଦ୍ର ଏବଂ ପଦ୍ମପାଦ ଆଶ୍ରମରେ ବିଦ୍ୟୁତିକରଣ କାର୍ଯ୍ୟର ଉଦଘାଟନ କଲେ ସାଂସଦ ଓ ବସୁଧା ଉପଦେଷ୍ଟା

By Angul TV Bureau

March 11, 2023

ଅନୁଗୁଳ: ଆଜି ଅନୁଗୁଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅନୁଗୁଳ ବ୍ଲକର ଗୋପୀନାଥପୁର ଠାରେ ଥିବା କେଦାରଗୌରୀ ଦୃଷ୍ଟିହୀନ ଧନ୍ଦାମୂଳକ ତାଲିମ କେନ୍ଦ୍ର ଓ ପଦ୍ମପାଦ ଆଶ୍ରମକୁ ସାଂସଦଙ୍କ ପାଣ୍ଠିରୁ ବିଦ୍ୟୁତିକରଣ କାର୍ଯ୍ୟ ଉଦଘାଟିତ ହୋଇଛି। କେଦାରଗୌରୀ ଦୃଷ୍ଟିହୀନ ଧନ୍ଦାମୂଳକ ତାଲିମ କେନ୍ଦ୍ର ପାଇଁ ୩.୯ ଲକ୍ଷ ଓ ପଦ୍ମପାଦ ଆଶ୍ରମ ପାଇଁ ୧୩ ଲକ୍ଷ ବ୍ୟୟ ଅଟକଳ ସ୍ଥିର ହୋଇଛି।

ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ସାଂସଦ ମହେଶ ସାହୁ ଓ ଉଦଘାଟକ ଭାବେ ବସୁଧାର ଉପଦେଷ୍ଟା ଦିନେଶ ପ୍ରଧାନ ସାମିଲ ହୋଇଥିଲେ। ଏ ଅବସରରେ କେଦାର ଗୌରୀ ଦୃଷ୍ଟିହୀନ ଧନ୍ଦାମୂଳକ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ପ୍ରଶାନ୍ତ ସାହୁଙ୍କ ସଭାପତିତ୍ୱରେ ଏକ ଧନ୍ୟବାଦ ସଭା ଆୟୋଜିତ ହୋଇଥିଲା। ଏହାପରେ ପଦ୍ମପାଦ ଆଶ୍ରମରେ ଗ୍ରାମବାସୀଙ୍କ ଉପସ୍ଥିତିରେ ଏକ ବୈଠକ ଆୟୋଜିତ ହୋଇଥିଲା। ଏହା ପରେ କାଙ୍ଗୁଲା ବେନ୍ତପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ଉପସଭାପତି ପ୍ରକାଶ ଚନ୍ଦ୍ର ଭୋଇଙ୍କ ନେତୃତ୍ୱରେ ବାଦୀବାହାଳ ଗ୍ରାମରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ସମସ୍ତ ବୈଠକରେ ଗ୍ରାମବାସୀ ସେମାନଙ୍କ ସମସ୍ୟା ବିଷୟରେ ସାଂସଦ ଓ ବସୁଧା ଉପଦେଷ୍ଟାଙ୍କୁ ଅବଗତ କରାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ପ୍ରତିନିଧି ଭକ୍ତି ପ୍ରସାଦ ଦାସ, ପୂର୍ବତନ ନଗରପାଳ ପୂର୍ଣ୍ଣଚନ୍ଦ୍ର ରାଉତ, ପୂର୍ବତନ ଅନୁଗୁଳ ବ୍ଲକ ଅଧ୍ୟକ୍ଷା ମମତା ପ୍ରଧାନ, ସମାଜସେବୀ ପର୍ଶୁରାମ ଦାସ, ବେନ୍ତପୁର ସରପଞ୍ଚ ଅର୍ଚ୍ଚନା ସେଠୀ, ଶଶୀଭୂଷଣ ତ୍ରିପାଠୀ, ଜନାର୍ଦ୍ଦନ ଗଡନାୟକ, ଅରୁଣ ସାହୁ, ନୀଳମଣି ସାହୁ, ଗଣେଶ୍ବର ସାହୁ, ତାପସ ପାଲ ପ୍ରମୁଖ ପରିଚାଳନା କରିଥିଲେ।