ଅନ୍ୟାନ୍ୟ

ବଅଁରପାଳ ବ୍ଲକର ବିଭିନ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭୂମିପୂଜନ ଓ ଶିଳାନ୍ୟାସ କଲେ ସାଂସଦ

By Angul TV Bureau

December 21, 2022

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକର ବିଭିନ୍ନ ପଞ୍ଚାୟତରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକରେ ମୁଖ୍ୟ ଅତିଥିଭାବେ ସାଂସଦ ମହେଶ ସାହୁ ଯୋଗ ଦେଇ ବିଭିନ୍ନ କାର୍ଯ୍ୟର ଶିଳାନ୍ୟାସ ଓ ଭୂମି ପୂଜନ କରିଛନ୍ତି।

ସାଂସଦ ବଳରାମପ୍ରସାଦ ପଞ୍ଚାୟତର ଅମାନ୍ତପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ତୁଳସୀପାଳ ପଞ୍ଚାୟତର ତୁଳସୀପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ତଳମୁଳ ଶାସନ ପଞ୍ଚାୟତର ନୂଆସାହି ସରକାରୀ ପି.ୟୁ.ପି. ବିଦ୍ୟାଳୟ, ତଳମୁଳ ପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିଳାନ୍ୟାସ ଓ ଭୂମି ପୂଜନ କରିଥିଲେ। କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନ, ସାଂସଦଙ୍କ ଅନୁଗୁଳ ପ୍ରତିନିଧି ଭକ୍ତି ପ୍ରସାଦ ଦାସ, ସାଂସଦଙ୍କ ବଅଁରପାଳ ବ୍ଲକ ପ୍ରତିନିଧି ନରେଶ ଚନ୍ଦ୍ର ବେହେରା, ସମିତିସଭ୍ୟ ମୋନାଲିସା ସାହୁ, ବିଦୁଲତା ବେହେରା, ଅମାନ୍ତପୁର ସ୍କୁଲ ସଭାପତି ଅକ୍ଷୟ ଗାୟଣ , ବିଜେଡି ନେତା ନରେଶ ଚନ୍ଦ୍ର କର, ପବିତ୍ର ମୋହନ ସାହୁ, ଶରତ ଚନ୍ଦ୍ର ସାହୁ, ନୀଳମଣି ସାହୁଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।