ଅନୁଗୁଳ: ଅନୁଗୁଳ ବିଧାନସଭା ଅନ୍ତର୍ଗତ ବଲଙ୍ଗ ପଞ୍ଚାୟତରେ ହୋଇଥିବା ଅଗ୍ନିକାଣ୍ଡର ବିପନ୍ନଙ୍କୁ ଭେଟିଛନ୍ତି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି। ଖବର ପାଇ ସୋମବାର ବଲଙ୍ଗ ଗ୍ରାମକୁ ଯାଇ ଅଗ୍ନି ବିପନ୍ନ ସନ୍ତୋଷ ବିଶ୍ୱାଳ ଓ କଷ୍ଟ୍ଠୁ ନାଏକଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ।
ଗସ୍ତ ବେଳେ ସେ ଅନୁଗୁଳ ତହସିଲଦାରଙ୍କୁ ଫୋନ ଯୋଗେ କଥା ହୋଇ ତୁରନ୍ତ ସମସ୍ତ ସରକାରୀ ସାହାଯ୍ୟ ଯୋଗାଇଦେବା ପାଇଁ ପରାମର୍ଶ ଦେଇଥିଲେ। ଏ ଅବସରରେ ସାଂସଦଙ୍କ ସହ ବିଜେପି ନେତା ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ସରୋଜ ଜେନା, ପ୍ରଭାତ ମିଶ୍ର, ଦିଲ୍ଲୀପ ମାଝୀ, ସ୍ଥାନୀୟ ସରପଞ୍ଚ ରୀତାଞ୍ଜଳି ସାହୁ, ରଜନୀ ସାହୁ, ଦୁର୍ଯ୍ୟୋଧନ ଜେନା, ବାବୁରାମ ସାହୁଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ପ୍ରମୁଖ ଉପସ୍ଥିତ ଥିଲେ।