ଅନ୍ୟାନ୍ୟ

ନାଲକୋ ନିକଟସ୍ଥ ଗାଁରେ ବିକାଶ କାର୍ଯ୍ୟ ପରିଚାଳନା କଲେ ସାଂସଦ

By Biswaranjan Pattnaik

May 05, 2022

ଅନୁଗୁଳ: ସିଏସଆର ପାଣ୍ଠି ଦ୍ୱାରା ନାଲକୋ ଆଖପାଖ ଅଞ୍ଚଳରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ବିଷୟରେ ଏକ ସମୀକ୍ଷା ବୈଠକ ସାଂସଦ ମହେଶ ସାହୁଙ୍କ ଉପସ୍ଥିତିରେ ଆୟୋଜିତ ହୋଇଛି। କାଙ୍ଗୁଲା – ବେନ୍ତପୁର ପଞ୍ଚାୟତ ପଦ୍ମପାଦ ମଠରେ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପାରିପାର୍ଶ୍ବିକ ଗ୍ରାମଗୁଡିକର ବିକାଶ ପାଇଁ ନାଲକୋର ଦାୟିତ୍ୱ ସମ୍ପର୍କରେ ଆଲୋଚନା ହୋଇଥିଲା। ଏ ଅବସରରେ ଠିକା ସଂସ୍ଥାରେ କାମ କରୁଥିବା ସ୍ଥାନୀୟ କୁଶଳୀ, ଅଣକୁଶଳୀ ଓ ଅର୍ଦ୍ଧକୁଶଳୀ ଯୁବକଙ୍କୁ ନିଯୁକ୍ତି, କୃଷକ ଓ ଗାଁର ମହିଳାଙ୍କୁ ପ୍ରୋତ୍ସାହନ ଦେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ବୈଠକରେ ବଅଁରପାଳ ବ୍ଲକ ବନ୍ଦା ଓ ତୁଳସୀପାଳ ପଞ୍ଚାୟତ, ଅନୁଗୁଳ ବ୍ଲକର କାଙ୍ଗୁଲା – ବେନ୍ତପୁର , ସୁଶୁଡା ଓ କାଣ୍ଡଶର ପଞ୍ଚାୟତର ନେତୃମଣ୍ଡଳୀ ଓ ଜନସାଧାରଣ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା କହିଥିଲେ।

ବୈଠକରେ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଭକ୍ତିପ୍ରସାଦ ଦାସ, ବରିଷ୍ଠ ବିଜେଡି ନେତା ଚିତ୍ତରଞ୍ଜନ କର୍ଣ୍ଣ ଓ ପୂର୍ଣ୍ଣଚନ୍ଦ୍ର ରାଉତ, ବନ୍ଦା ସମିତିସଭ୍ୟ ଦୁଷ୍ମନ୍ତ ଗଡ଼ନାୟକ, କାଙ୍ଗୁଲା-ବେନ୍ତପୁର ସରପଞ୍ଚ ଅର୍ଚ୍ଚନା ସେଠୀ, ନାଏବ ସରପଞ୍ଚ ମନୋରଞ୍ଜନ ତ୍ରିପାଠୀ, ପୂର୍ବତନ ସରପଞ୍ଚ ପ୍ରକାଶ ଚନ୍ଦ୍ର ଭୋଇ, ନରେନ୍ଦ୍ର ବେହେରା, ବେନ୍ଥପୁର ଗ୍ରାମ ସଭାପତି ଅମୀୟ ରଥ, ଆଦିତ୍ୟ ପ୍ରସାଦ ମିଶ୍ର, ଜିତେନ୍ଦ୍ର ନାଏକ ସାମିଲ ହୋଇଥିଲେ।