ଅନୁଗୁଳ : ଢେଙ୍କାନାଳ ସାଂସଦ ମହେଶ ସାହୁ ଅନୁଗୁଳ ମ୍ୟୁନିସିପାଲିଟି ହାଇସ୍କୂଲ ପରିଦର୍ଶନ କରିଛନ୍ତି। ଶ୍ରୀ ସାହୁ ସ୍କୁଲର ଭିତ୍ତିଭୂମି, ଶିକ୍ଷାଦାନ ବ୍ୟବସ୍ଥା, ଛାତ୍ରଛାତ୍ରୀ ସଂଖ୍ୟା, ସ୍କୁଲ ପରିବବଶ, ମୋ ସ୍କୁଲ ଯୋଜନା ଆଦି ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ଅଳକନନ୍ଦ।ଙ୍କସହ ଆଲୋଚନା କରିଥିଲେ। ସ୍କୁଲ ପାଖରେ ବର୍ଷ।ପାଣି ଜମିବା, ମୁଖ୍ୟ ରାସ୍ତା ଖାଲ ଖମା ଯୋଗୁଁ ଏହାକୁ ମରାମତି କରିବାପାଇଁ ପୌର ନିର୍ବାହୀ ଅଧିକାରୀଙ୍କ ସହ କଥା ହେବେ ବୋଲି ସାଂସଦ ଶ୍ରୀ ସାହୁ ପ୍ରକାଶ କରିଥିଲେ। ମୋ ସ୍କୁଲ ଯୋଜନାରେ ପୁରୁଣା ଛାତ୍ର ଛାତ୍ରୀଙ୍କ ସହଯୋଗ ନେବାକୁ ଶ୍ରୀ ସାହୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଏହି ଗସ୍ତ ସମୟରେ ସାଂସଦଙ୍କ ପ୍ରତିନିଧି ଭକ୍ତି ପ୍ରସାଦ ଦାସ, ଅନଗୁଳ ଡିଇଓ ନିରଞ୍ଜନ ସାହୁ, ଜିଲ୍ଲା ଯୁବ ବିଜେଡି ଜିଲ୍ଲା ସଭାପତି ଦିନେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।