ମୁଖ୍ୟ ଖବର

ଅନୁଗୋଳ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଯୋଗ ଦେଲେ ସୁଶ୍ରୀ ସନମସ୍ମିତା ସାହୁ

By Angul TV Bureau

July 17, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିଛି। ଆଜି ଅପରାହ୍ନରେ ସୁଶ୍ରୀ ସନମସ୍ମିତା ସାହୁ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।ପୂର୍ବରୁ ଏହି ଦାୟିତ୍ୱରେ ଥିବା ଡେପୁଟୀ କଲେକ୍ଟର ଜୟଜିତ୍ ଧଳଙ୍କ ଠାରୁ ସେ କାର୍ଯ୍ୟଭାର ବୁଝି ନେଇଛନ୍ତି। ସୂଚନାଯୋଗ୍ୟ ଯେ, ସୁଶ୍ରୀ ସାହୁ ଗତବର୍ଷ ନଭେମ୍ବର ୨୬ ତାରିଖରୁ ଅନୁଗୁଳ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଦକ୍ଷତାର ସହ କାର୍ଯ୍ୟ କରି ଆସୁଥିଲେ।ନୂତନ ଦାୟିତ୍ୱ ଗ୍ରହଣ କରିବା ଅବସରରେ ସୁଶ୍ରୀ ସାହୁ କହିଛନ୍ତି ଯେ, ସରକାରୀ ଯୋଜନାଗୁଡ଼ିକର ସଫଳ ପ୍ରଚାର ପ୍ରସାର ଏବଂ ଜନସାଧାରଣଙ୍କ ପର୍ଯ୍ୟନ୍ତ ସୂଚନା ପହଞ୍ଚାଇବା ତାଙ୍କର ପ୍ରାଥମିକତା ରହିବ। ଏହି କାର୍ଯ୍ୟରେ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ, କାର୍ଯ୍ୟାଳୟର କର୍ମଚାରୀ ଏବଂ ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହଯୋଗ କାମନା କରିଛନ୍ତି।