ମୁଖ୍ୟ ଖବର

ନିର୍ବାଚନ ପାଇଁ ‘ମୁଁ ବି ମିତା’ କର୍ମଶାଳା ଆୟୋଜିତ: ପ୍ରଶିକ୍ଷଣ ନେଲେ ଛାତ୍ରୀ

By Angul TV Bureau

August 09, 2023

ଅନୁଗୁଳ: ଆଜି ପୂର୍ବାହ୍ନରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ୧୭ ବର୍ଷ ବୟସରୁ ଊର୍ଦ୍ଧ୍ବ ଛାତ୍ରୀଙ୍କୁ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ମୁଁ ବି ମିତା’ ଅନୁଷ୍ଠିତ ହୋଇଛି।

ଉପଜିଲ୍ଲାପାଳ ବରତ୍ୟେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆସନ୍ତା ସାଧାରଣ ନିର୍ବାଚନ ୨୦୨୪ ନେଇ ଆଲୋଚନା ହୋଇଥିଲା। ନିର୍ବାଚନକୁ ଦୃଷ୍ଟିରେ ରଖି ଭୋଟର ତାଲିକାରେ ଅଧିକରୁ ଅଧିକ ନୂତନ ଭୋଟଦାତାଙ୍କ ନାମ ପଞ୍ଜିକରଣ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ ଓ ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୩୩ ଜଣ ମହିଳା ଆମ୍ବାସାଡରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।

ଏ ଅବସରରେ ଅପରାହ୍ନରେ ବିଭିନ୍ନ ରାଜନୈତିକ ଦଳର ବୁଥ୍ ସ୍ତରୀୟ ପ୍ରତିନିଧିଙ୍କୁ ନେଇ ଏକ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆଲୋଚନା ହୋଇଥିଲା।