ଅନ୍ୟାନ୍ୟ

ମୁଁ ଯାଯାବର …..

By Biswaranjan Pattnaik

January 08, 2023

ଅନୁଗୁଳ: ମୁଁ ମୋର ସ୍ତ୍ରୀ ଓ କୁନି କୁନି ପିଲାଙ୍କୁ ନେଇ ଅମଲାପଡ଼ାରେ ଏଇ ଘରେ ରହେ। ଖୋଲା ଆକାଶ,ଛାତି ଥରା ଥଣ୍ଡା ପବନ,କାକରସିକ୍ତ ଆର୍ଦ୍ର ବସୁଧା।କେତେବେଳେ ଖାଇବାକୁ ମିଳେ ତ କେତେବେଳେ ଖାଡା ଉପାସ।ମୋ ପାଖା ପାଖି ନେତା ମାନେ ରହୁଛନ୍ତି।ଜଣେ ନିଇତି ଦେଖୁଛନ୍ତି,ଅନ୍ୟ ଜଣେ ଦେଖି ନ ଦେଖିଲା ଭଳି ହୁଅନ୍ତି। ମୁଁ ଜଣେ ଫେରିବାଲା। ଘର ନାହିଁ କି ଦ୍ୱାର ନାହିଁ। ରୋଜଗାର ହେଲେ ପରିବାର ମୁହଁରେ ଦାନା ଦିଏ ନହେଲେ ନାହିଁ।ସମସ୍ତଙ୍କ ଆଖିରେ ମୁଁ ଛୋଟ ….

ମୋର ଠିକଣା ଏଇ ଖୋଲା ପଡ଼ିଆ। କୁକୁର,ଘୁଷୁରୀ ମୋର ପଡୋଶୀ। ମୋ ପାଇଁ କେହି ନାହିଁ କାରଣ ମୁଁ ଯାଯାବର …।