ମୁଖ୍ୟ ଖବର

ଆକ୍ସନ ମୁଡରେ ପୌରପାଳିକା: ପୁଣି ଏକ ମଲ ସିଲ

By Biswaranjan Pattnaik

August 29, 2022

ଅନୁଗୁଳ: ଟାମଡ଼ା ଆଇନ ଉଲ୍କଙ୍ଘନ କରି ଅନୁଗୁଳ ସହର ଭିତରେ ଗୋଟାଏ ପରେ ଗୋଟାଏ ମଲ ଗଢ଼ା ଚାଲିଛି। ନା ଅଛି ଅନୁମତି ପତ୍ର, ନା ଅଛି ଟ୍ରେଡ଼ ଲାଇସେନ୍ସ। ସେହିଭଳି ଗୋଟାଏ ମହଲାର ଅନୁମତି ଆଣି ତିନି ମହଲା ଗଢି ବେପାର ଚାଲିଛି ଅନେକ ମଲରେ। ତେଣୁ ଏବେ ଆକ୍ସନ ମୁଡରେ ଟାମଡ଼ା ଓ ପୌରପାଳିକା।

ନିକଟରେ ଜିଏସ ସେଣ୍ଟରକୁ ସିଲ କଲାପରେ ଆଜି ଗାନ୍ଧୀ ମାର୍ଗରେ ଥିବା ମହୋତ୍ସବ ସପିଙ୍ଗ ମଲକୁ ଲାଇସେନ୍ସ ନଥିବା ଅଭିଯୋଗରେ ସିଲ କରାଯାଇଛି।ଏବେ ତିନି ଚାରୋଟି ସପିଙ୍ଗ ମଲ ପୌରପାଳିକା ସ୍କାନରରେ ଅଛି। ଖୁବ ଶୀଘ୍ର ତ୍ରୁଟି ନ ସୁଧାରିଲେ ଚଢ଼ାଉ ସୁନିଶ୍ଚିତ।