ଅନ୍ୟାନ୍ୟ

ନନ୍ ଭେଜ୍ ମାର୍କେଟରେ ପୌରପାଳିକାର ଚଢ଼ାଉ

By Biswaranjan Pattnaik

June 12, 2024

ଅନୁଗୁଳ: ଅନୁଗୁଳ ନନ୍ ଭେଜ୍ ମାର୍କେଟରେ ଆଜି ସ୍ଥାନୀୟ ପୌରପାଳିକା ପକ୍ଷରୁ ଚଢାଉ କରାଯାଇଥିଲା। ପୌରପାଳିକାର ଡ୍ରେନକୁ ଅବରୋଧ କରିବା ଏବଂ ଡ୍ରେନରେ ମାଛ,ମାଂସ ଜନିତ ଆବର୍ଜନା ପକାଇବା ନେଇ ଅଭିଯୋଗ ମିଳିବା ପରେ ପୌରପାଳିକା ପକ୍ଷରୁ ଏହି ଚଢାଉ କରାଯାଇଥିଲା।

ଆଜି ଡ୍ରେନ ଅବରୋଧ କରିଥିବା ପ୍ରାୟ ଦଶ-ବାର ଜଣ ଦୋକାନୀଙ୍କୁ ତାଗିଦ୍ କରାଯାଇଥିବା ବେଳେ ପୂର୍ବ ପରି ମାଛ ମାଂସ ଜନିତ ଆବର୍ଜନା ପକାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହା ଯାଇଥିଲା। ସୂର୍ଯ୍ୟକାନ୍ତ ସ୍ୱାଇଁ ଓ ବିଭୂତି ମହାରଣାଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା।