ମୁଖ୍ୟ ଖବର

ପୌରପାଳିକା ବୈଠକ:ପ୍ରତି ୱାର୍ଡରେ ହେବ ମାର୍କେଟ କମ୍ପ୍ଲେକ୍ସ

By Biswaranjan Pattnaik

June 27, 2023

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ପୌରପାଳିକାର ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା। ପୌରାଧକ୍ଷ ଅକ୍ଷୟ କୁମାର ସାମନ୍ତଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କ ସମେତ କାଉନସିଲର ମାନେ ଉପସ୍ଥିତ ରହିଥିଲେ। ବୈଠକରେ ଅନୁଗୁଳ ସହର ଭିତରେ ଯେଉଁ ମାନେ ପାଣି ମାହାର ଜବର ଦଖଲ କରି ଘର ବା ଦୋକାନ କରିଛନ୍ତି ସେ ସବୁକୁ ଉଚ୍ଛେଦ କରାଯିବାକୁ ନିଷ୍ପତ୍ତି ନିଆଗଲା। ବର୍ଷା ଦିନ ହେତୁ ମଶା ମାଛିଙ୍କୁ ଦୂରେଇ ରଖିବା ପାଇଁ ବ୍ଲିଚିଂ,ମଶା ତେଲ ଯଥେଷ୍ଟ ପରିମାଣରେ ଗଚ୍ଛିତ ରଖିବାକୁ ନିଷ୍ପତ୍ତି ନିଯାଇଥିଲା। ମହିଳା ମାନଙ୍କ ସୁବିଧା ପାଇଁ ପ୍ରତି ୱାର୍ଡରେ ଛୋଟ ମାର୍କେଟ କମ୍ପ୍ଲେକ୍ସ କରାଯିବାକୁ ନଗରପାଳ ପ୍ରସ୍ତାବ ଦେଇଥିଲେ। ଏହାଛଡା ମୁକ୍ତା ଯୋଜନାରେ ଆସିଥିବା ଆଠ କୋଟି ଅର୍ଥକୁ ନିର୍ଦ୍ଧାରିତ ସମୟରେ ସାରିବାକୁ ନିଷ୍ପତ୍ତି ନିଆ ଯାଇଥିଲା ।