ଅନ୍ୟାନ୍ୟ

ବିପର୍ଯ୍ୟୟ ମୁକାବିଲା ପାଇଁ ଉପକରଣ କିଣିଲା ପୌରପାଳିକା

By Biswaranjan Pattnaik

July 29, 2025

ଅନୁଗୁଳ: ବର୍ଷା ଦିନ ଚାଲିଥିବାରୁ କୌଣସି ଝଡ଼ ବାତ୍ୟା ବା ଜଳବନ୍ଦୀ ସମସ୍ୟାକୁ ମୁକାବିଲାକରିବାକୁ ଅନୁଗୁଳ ପୌରପାଳିକା ଅତ୍ୟାବଶ୍ୟକ ଉପକରଣ କିଣିଥିବା ଜଣାପଡ଼ିଛି। ପୂର୍ବରୁ ଏଭଳି ଜରୁରୀ ସମୟରେ ଅଗ୍ନିଶମ ବିଭାଗ କିମ୍ବା ଭଡ଼ାରେ ଉପକରଣ ଆଣିବାକୁ ପଡ଼ିଥିଲା। ଏବେ  ଅନୁଗୁଳ ପୌରପାଳିକା ପକ୍ଷରୁ ହ୍ୟାଣ୍ଡି ଗଛକଟା ଯନ୍ତ୍ର, ଗଛ ଡ଼ାଳ କାଟିବା ପାଇଁ ସ୍ବତନ୍ତ୍ର ଚେନ୍‌ସ, ବର୍ଷା ଦିନେ ମ୍ୟାଲେରିଆ ଡେଙ୍ଗୁ ନିରାକରଣ ପାଇଁ ଅଧିକ ଫଗିଂ ମେସିନ,  ଗ୍ରାସ କଟର, ପମ୍ପ ଆଦି କିଣାଯାଇଛି।

ଏହି ଉପକରଣ କିଣା ଯିବା ଦ୍ଵାରା ଯେକୌଣସି ଆପତ୍ କାଳୀନ ପରିସ୍ଥିତିକୁ ମୁକାବିଲା କରାଯାଇ ପାରିବ ବୋଲି ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ଜଣାଇଛନ୍ତି ।