ମୁଖ୍ୟ ଖବର

ଟ୍ରାଫିକ ପାଇଁ ପୋଷ୍ଟର ହଟିଲା

By Biswaranjan Pattnaik

February 13, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ ନିର୍ଦେଶରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ଆଜି ଅନୁଗୁଳ ସହରର ଟ୍ରାଫିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ ଅଞ୍ଚଳରୁ ହୋର୍ଡିଙ୍ଗ ଏବଂ ପୋଷ୍ଟର ହଟା ଯାଇଛି। ବିଶେଷ କରି ଗୁରୁତ୍ୱପୂର୍ଣ ବୁଲାଣି ଗୁଡିକରେ ଥିବା ହୋର୍ଡିଙ୍ଗ ଗୁଡିକୁ ଉଠାଇ ଦିଆଯାଇଥିଲା। ଏପରିକି କେତେକ ଜାଗାରେ ନଗରପାଳଙ୍କ ହୋର୍ଡିଙ୍ଗକୁ ହଟା ଯାଉଥିବା ଦେଖିବାକୁ ମିଳିଥିଲା।