ମୁଖ୍ୟ ଖବର

ମ୍ୟୁନିସପାଲିଟି କିଣିବ ଶବ ବୁହା ଗାଡି

By Biswaranjan Pattnaik

July 18, 2024

ଅନୁଗୋଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୋଟିଏ ଶବ ବୁହା ଗାଡି ରହିଛି। ମହାପ୍ରୟାଣ ନାମକ ଏହି ଗାଡିର ଅନେକ ଚାହିଦା ରହିଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସୁଥିବା ରୋଗୀଙ୍କ ମଧ୍ୟରୁ ଦିନକୁ ୫ ରୁ ୭ ଜଣଙ୍କ ମୃତ୍ୟୁ ଘଟୁଛି। ଘରକୁ ଶବ ନେବା ପାଇଁ ରୋଗୀଙ୍କ ସମ୍ପର୍କୀୟ ମାନଙ୍କୁ ଘରୋଇ ଶବ ବୁହା ଗାଡି ନେବାକୁ ପଡ଼ୁଛି। ସେମାନେ ଏଥିପାଇଁ ଆଖିବୁଜା ପଇସା ଦାବି କରୁଛନ୍ତି। ଅନେକ ସମୟରେ ମହାପ୍ରୟାଣ ଗାଡି ପାଇଁ ଲୋକଙ୍କୁ ଦୁଇ-ଚାରି ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି।

ନିକଟରେ ଏମସିଏଲ ଏକ ଶବ ବୁହା ଗାଡି ଅନୁଗୁଳ ମେଡ଼ିକାଲକୁ ଦେଇଛି ଯାହାର ଭଡ଼ା ଅଧିକ ପଡ଼ିବ କାରଣ ଏହି ଗାଡି ଟି ଅଧିକ କ୍ଷମତା ବିଶିଷ୍ଟ ଗାଡି। ତେଣୁ ପୌର ବାସୀଙ୍କ କାମରେ ଲାଗିବା ପାଇଁ ଏକ ଶବ ବୁହା ଗାଡି କିଣିବାକୁ ଗତ ପରିଷଦରେ କାଉନସିଲର ବଳରାମ ଜେନା ଦାବି କରିଥିଲେ।ପୌରପାଳିକା ଏହା ଉପରେ ବିଚାର କରି ଏକ ଶବ ବୁହା ଗାଡି କିଣା ଯିବାକୁ ନିଷ୍ପତ୍ତି ନେଇଛି।