ମୁଖ୍ୟ ଖବର

ଘରେ ପଶି ନାବାଳିକାକୁ ତଣ୍ଟି କାଟି ହତ୍ୟା: କାରଣ ଅସ୍ପଷ୍ଟ, ଅଭିଯୁକ୍ତ ଫେରାର

By Angul TV Bureau

May 08, 2023

ଅନୁଗୁଳ: ଆଜି ସକାଳେ ଅନୁଗୁଳ ସଦର ଥାନା କୁଇଓ ଗାଁରେ ଜଣେ ନାବାଳିକାକୁ ତଣ୍ଟି କାଟି ହତ୍ୟା କରିଛି ଯୁବକ।

ସୂଚନା ମୁତାବକ, କିଛି ବର୍ଷ ପୂର୍ବରୁ ଡଅଁରା ଗ୍ରାମରୁ ଆସି କୁଇଓରେ ଘର କରି ରହୁଥିବା ଏକ ପରିବାରର ନାବାଳିକା ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅନୁଗୁଳ କଣିହାଁ ଅଞ୍ଚଳର ବଡ଼ ଗୁଣ୍ଡୁରି ଗ୍ରାମର ରଞ୍ଜନ ବେହେରା ସକାଳୁ ଘରେ ପଶି ତାଙ୍କୁ ତଣ୍ଟି କାଟି ହତ୍ୟା କରିଥିବା ନେଇ ନାବାଳିକାର ବାପା ଅଭିଯୋଗ କରିଛନ୍ତି। ହତ୍ୟା କରି ସାରି ଅଭିଯୁକ୍ତ ଫେରାର ହୋଇଯାଇଛି। ନାବାଳିକାକୁ ଗୁରୁତର ଅବସ୍ଥାରେ ପରିବାର ଲୋକ ଅନୁଗୁଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ସଦର ଥାନା ପୋଲିସ ଘଟଣାର ତଦନ୍ତ କରୁଛି। ଏ ପର୍ଯ୍ୟନ୍ତ ହତ୍ୟାର କାରଣ ଜଣାପଡ଼ିନଥିବା  ରଞ୍ଜନ ଧରାପଡ଼ିବା ପରେ କାରଣ ସ୍ପଷ୍ଟ ହେବ ବୋଲି ସଦର ଥାନା ଆଇଆଇସି ସତ୍ୟବ୍ରତ ରାଉତ କହିଛନ୍ତି।