ମୁଖ୍ୟ ଖବର

ସ୍ତ୍ରୀକୁ ମାଡ଼ ମାରି ସ୍ୱାମୀ ଫେରାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

By Angul TV Bureau

October 06, 2024

ଅନୁଗୁଳ: ସ୍ତ୍ରୀକୁ ମାଡ଼ ମାରି ହତ୍ୟା କରି ସ୍ୱାମୀ ଫେରାର। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ତୁମୁଣି ଗାଁ ନୂଆଁ ବଡ଼କେରା ସାହିରେ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ମିଲନ ସ୍ୱାଇଁ।

ସୂଚନା ମୁତାବକ, ତୁମୁଣି ଗ୍ରାମର ସୌଭାଗ୍ୟ ସ୍ବାଇଁ ଆଠମଲ୍ଲିକ ଠାକୁରଗଡ଼ ଥାନା ଅନ୍ତର୍ଗତ ଲକ୍ଷ୍ମଣପୁର ଗ୍ରାମର ମିଲନ ସ୍ୱାଇଁଙ୍କୁ ୧୦ ବର୍ଷ ପୂର୍ବେ ବିବାହ କରିଥିଲେ। ତାଙ୍କର ଦୁଇଟି ସନ୍ତାନ ଅଛି। ସୌଭାଗ୍ୟ ତାଳଚେର ଅଞ୍ଚଳରେ ଓଲଡିଙ୍ଗ୍ ମିସ୍ତ୍ରୀ କାମ କରନ୍ତି। ଶନିବାର ରାତିରେ ସୌଭାଗ୍ୟଙ୍କର ସ୍ତ୍ରୀ ମିଲନ୍ ସ୍ବାଇଁ (୨୮) ଙ୍କ ସହିତ ଝଗଡ଼ା ହୋଇଥିଲା। ସୌଭାଗ୍ୟ ଏକ ଠେଙ୍ଗାରେ ମିଲନଙ୍କୁ ପିଟି ପିଟି ଫେରାର ହୋଇଯାଇଥିଲେ। ମିଲନ୍ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରେ ପଡ଼ିଥିଲେ। ଏନେଇ ରାତି ୩ଟାରେ ମିଲନଙ୍କ ବାପଘରକୁ ଖବର ଦିଆଯାଇଥିଲା। ରବିବାର ସକାଳେ ମିଲନଙ୍କ ପରିବାର ଲୋକ ଆସି ପହଞ୍ଚିଲା ପରେ ବନ୍ତଳା ଥାନାରେ ଝିଅକୁ ଜ୍ୱାଇଁ ହତ୍ୟା କରିଥିବା ଅଭିଯୋଗ କରିଥିଲେ। ଘଟଣାସ୍ଥଳରେ ବନ୍ତଳା ପୋଲିସ ପହଞ୍ଚି ଶବକୁ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।