ମୁଖ୍ୟ ଖବର

ସାମାନ୍ୟ ପାଟିତୁଣ୍ଡରୁ ଜୀବନ ନେଲେ ! କଇଁଚିରେ ଭୁସି ଟେଲରଙ୍କୁ ହତ୍ୟା

By Angul TV Bureau

August 15, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ସନ୍ତ୍ରୀ ଗାଁରେ ଜଣେ ବ୍ୟକ୍ତିଙ୍କୁ କଇଁଚିରେ ଭୁସି ହତ୍ୟା କରାଯାଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି। ମୃତକ ହେଲେ ମଧୁସୂଦନ ନାୟକ।

ସୂଚନା ଅନୁଯାୟୀ, ମଧୁସୂଦନ ନାୟକ ବଅଁରପାଳ କଲେଜ ନିକଟରେ ରହି ଟେଲର କାମ କରିଥାନ୍ତି। ଆଜି ଦିନ ଦ୍ବିପ୍ରହର ସମୟରେ ଜଣେ ଯୁବକଙ୍କ ସହ କୌଣସି କାରଣରୁ ତାଙ୍କର ଉଚ୍ଚବାଚ ହୋଇଥିଲା। ପରେ ଯୁବକ ଉତକ୍ଷିପ୍ତ ହୋଇ ମଧୁସୂଦନଙ୍କୁ କଇଁଚିରେ ଭୁସି ଦେଇଥିଲା। ବଅଁରପାଳ କଲେଜ ନିକଟରେ ମଧୁସୂଦନ ନାୟକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଆକ୍ରମଣକାରୀ ଯୁବକଙ୍କୁ ଅଟକ ରଖିବା ସହ ଘଟଣାର ତଦନ୍ତ ଜାରି ରଖିଛି।