ମୁଖ୍ୟ ଖବର

ଭୋଜିରେ କଥାକଟି ହେଲା କାଳ: ବଡ଼ ବାପା ପୁଅ ଭାଇର ଠେଙ୍ଗା ମାଡ଼ରେ ଯୁବକ ମୃତ

By Angul TV Bureau

February 03, 2024

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବଡ଼ବାହାଳ ଗାଁରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ବଡ଼ବାପା ପୁଅର ଠେଙ୍ଗା ମାଡ଼ରେ ଯୁବକଙ୍କ ଜୀବନ ଯାଇଛି।

ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ବାବୁଲି ଦେହୁରୀ, ବଡ଼ ବାପା ପୁଅ ଲିଙ୍କୁନ ଦେହୁରୀ ଓ ଅନ୍ଯ କିଛି ସାଙ୍ଗ ଏକାଠି ଭୋଜି କରୁଥିଲେ। ଭୋଜି କରିବା ସମୟରେ କୌଣସି କାରଣକୁ ନେଇ ଲିଙ୍କୁନ ଓ ବାବୁଲିଙ୍କ ମଧ୍ଯରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ଯକ୍ତ ହୋଇ ଲିଙ୍କୁନ ଏକ ଠେଙ୍ଗାରେ ବାବୁଲିଙ୍କୁ ଆକ୍ରମଣ କରିଥିଲେ। ଲିଙ୍କୁନଙ୍କ ଠେଙ୍ଗା ମାଡ଼ରେ ବାବୁଲି ଗୁରୁତର ହୋଇ ପଡିଥିବା ବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ବାବୁଲି ଦେହୁରୀଙ୍କ ଆଜି ହୋଇଛି ମୃତ୍ୟୁ ହୋଇଛି।

ଖବର ପାଇ ହଣ୍ଡପା ପୋଲିସ ଆକ୍ରମଣକାରୀ ଲିଙ୍କୁନ ଦେହୁରୀକୁ ଅଟକ ରଖି ତଦନ୍ତ ଜାରି ରଖିଛି।