ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଚାଙ୍ଗୁଡ଼ିଆ ଗାଁରେ ହୋଇଥିବା ହତ୍ୟାକାଣ୍ଡ ମାମଲାରେ ଜିଲ୍ଲା ଓ ସେସନ ଜଜ୍ ଦାମୋଦର ରଥ ହତ୍ୟାକାରୀ ଚତୁର୍ଭୁଜ ମାଝୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୋମବାର ଦିନ ହୋଇଥିବା ଏହି ଦଣ୍ଡାଦେଶରେ ହତ୍ୟାକାରୀକୁ ୨୦ ହଜାର ଟଙ୍କା ଜୋରିମାନା ଆଦେଶ ହୋଇଛି।
ସୂଚନା ମୁତାବକ, ଗତ ୪.୧୧.୨୦୨୪ ରେ ଛେଣ୍ଡିପଦା ଥାନା ଚାଙ୍ଗୁଡ଼ିଆ ଗାଁରେ ଚିକୁନ ମାଝୀ ନାମକ ଜଣେ ଯୁବକକୁ ଚତୁର୍ଭୁଜ ମାଝୀ ଖଣ୍ଡାରେ ହାଣି ହତ୍ୟା କରିଥିଲା। ଏହି ଘଟଣାରେ ୧୪ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ଚତୁର୍ଭୁଜକୁ ଆଜୀବନ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି ଅନୁଗୁଳ ଜିଲ୍ଲା ଓ ଦୌରାଜଜ ଦାମୋଦର ରଥ। ସରକାରଙ୍କ ପକ୍ଷରୁ ପିପି ପ୍ରଶାନ୍ତ କୁମାର ମଲ୍ଲିକ ମାମଲା ପରିଚାଳନା କରିଥିଲେ।