ମୁଖ୍ୟ ଖବର

ପୂର୍ବ ଶତ୍ରୁତାରୁ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ମାମଲା, ହତ୍ୟାକାରୀକୁ ଆଜୀବନ ସଶ୍ରମ କାରାଦଣ୍ଡ

By Angul TV Bureau

March 20, 2025

ଅନୁଗୁଳ: ଜଣେ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅତିରିକ୍ତ ଜିଲ୍ଲା ଏବଂ ସେସନ ଜଜ ତଥା ସ୍ପେଶାଲ ଜଜ ଭିଜିଲାନ୍ସ।

ସୂଚନା ମୁତାବକ, ଗତ ୧୪. ୭. ୨୦୨୧ଦିନ ଅପରାହ୍ନରେ ଅନୁଗୁଳ ହାତୀଶାଳପଡ଼ାର ମହମ୍ମଦ ମହବୁଲ ମଦନ ମୋହନପଡ଼ା ମନ୍ଦିର ପାଖରେ ଶୋଇଥିଲେ। ସେହି ସମୟର ଦିଲ୍ଲୀପ ସାହୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କ ଉପରେ ପେଟ୍ରୋଲ ଢାଳି ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା।

ଏହି ମାମଲାରେ ପୋଲିସ ହତ୍ୟାକାରୀ ଦିଲ୍ଲୀପ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଆଜି ଅତିରିକ୍ତ ଜିଲ୍ଲା ଏବଂ ସେସନ ଜଜ ତଥା ସ୍ପେଶାଲ ଜଜ ଭିଜିଲାନ୍ସ ରାଜଲକ୍ଷ୍ମୀ ପଟ୍ଟନାୟକ ମାମଲାର ଶୁଣାଣି କରି ୧୧ଜଣ ସାକ୍ଷୀ ପ୍ରମାଣକୁ ଆଧାର କରି ହତ୍ୟାକାରୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। କେସକୁ ସରକାରଙ୍କ ପକ୍ଷରୁ ଆଡିସନାଲ ପିପି ରଶ୍ମି ରେଖା ଦେଓ ପରିଚାଳନା କରୁଥିଲେ।