ମୁଖ୍ୟ ଖବର

ନିର୍ବାଚନ ସଚେତନତା ପାଇଁ ଲଞ୍ଚ ହେଲା ‘ମୋ ବୁଥ ଆପ୍‌’, ଉନ୍ମୋଚନ କଲେ ସିଇଓ ନିକୁଞ୍ଜ ବିହାରୀ ଧଳ

By Swagatika Samantray

May 16, 2024

ଭୁବନେଶ୍ବର: ନିର୍ବାଚନ ସଚେତନତା ପାଇଁ ଲଞ୍ଚ ହେଲା ମୋ ବୁଥ ଆପ୍‌ । ସିଇଓ ନିକୁଞ୍ଜ ବିହାରୀ ଧଳ ‘ମୋ ବୁଥ୍ ଆପ୍’ର ଉନ୍ମୋଚନ କରିଛନ୍ତି। ଏହି ଆପ୍ ସହରାଞ୍ଚଳ ଭୋଟରଙ୍କୁ ସଚେତନ କରିବ। ଏହି ଆପ୍ ଓ ୱେବସାଇଟ ମାଧ୍ୟମରେ ବୁଥ୍ ସମ୍ପର୍କରେ ସବୁ ତଥ୍ୟ ଜାଣିହେବ।

ପ୍ରାଥମିକ ପର୍ଯ୍ୟାୟରେ କେବଳ ଖୋର୍ଦ୍ଧା ଜିଲ୍ଲା ଭୋଟରଙ୍କ ପାଇଁ ଏହି ପୋର୍ଟାଲ ଉପଲବ୍ଧ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ମଣ୍ଡଳୀରେ ୭୫.୬୮% ମତଦାନ ହୋଇଛି। ସବୁଠୁ ଅଧିକ ମତଦାନ ନବରଙ୍ଗପୁରରେ ହୋଇଥିବା ବେଳେ ବ୍ରହ୍ମପୁରରେ ସବୁଠୁ କମ୍ ଲୋକ ଭୋଟ ଦେଇଛନ୍ତି। ଏହି ଆପ୍‌ ଜରିଆରେ ମତଦାନ କେନ୍ଦ୍ରରେ ସେହି ସମୟ ମଧ୍ୟରେ ମତଦାନ ନିମନ୍ତେ କେତେ ଜଣ ମତଦାତା ଉପସ୍ଥିତ ଅଛନ୍ତି ତାହା ମଧ୍ୟ ଜାଣିପାରିବେ।