ମୁଖ୍ୟ ଖବର

ମହାନ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କର ଜିଲ୍ଲାସ୍ତରୀୟ ୧୨୨ତମ ଜୟନ୍ତୀ ପାଳିତ, ଅନାବରଣ ହେଲା ପୂର୍ଣ୍ଣ ଅବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି

By Angul TV Bureau

November 23, 2023

ଅନୁଗୁଳ: ଆଜି ମହାନ ବିପ୍ଳବୀ, ସର୍ବୋଦୟ ନେତା, ବିଶିଷ୍ଟ ଜନନାୟକ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗୀୟ ନବକୃଷ୍ଣ ଚୌଧୁରୀଙ୍କର ଜିଲ୍ଲାସ୍ତରୀୟ ୧୨୨ତମ ଜନ୍ମ ଜୟନ୍ତୀ ଉତ୍ସବ ସ୍ଥାନୀୟ ସଭାଘରେ ମହାସମାରୋହରେ ପାଳିତ ହୋଇଛି। ଏହି ଜୟନ୍ତୀରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଏବଂ ଅବକାରୀ ଓ ପର୍ଯ୍ୟଟନ ବିଭାଗ ଅଶ୍ବିନୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କର ପୂର୍ଣ୍ଣ ଅବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସଭାଘର ପରିସରରେ ଅନାବରଣ କରିଥିଲେ। ଏହା ପରେ ସଭାଘରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଡ.କୁଳମଣି ନାୟକ, ଡ.ଧରଣୀଧର ନାଥ, ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ରାଉତରାଏ, ପୌରପାଳିକା ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ପୁତ୍ରୀ ତଥା ବାଜିରାଉତ ଛାତ୍ରାବାସର ମୁଖ୍ୟ ଉପଦେଷ୍ଟା କ୍ରିଷ୍ଣା ମାହାନ୍ତ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁରେନ୍ଦ୍ରନାଥ ରାୟଗୁର, ଟାମଡାର ଅଧ୍ୟକ୍ଷ ମୀନକେତନ ଅମାତ, ବସୁଧା ଉପଦେଷ୍ଟା ଦିନେଶ ପ୍ରଧାନ, ସଂସ୍କୃତି ବିଭାଗ ପୂଜ୍ୟପୂଜା ସଂସଦର ଲକ୍ଷ୍ମୀ ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।