ଘଟଣା ଓ ଦୁର୍ଘଟଣା

୯ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

By Angul TV Bureau

August 05, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅଞ୍ଚଳରେ ଜଣେ ୯ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ସୂଚନା ମୁତାବକ, ଗତ ୩୧ ତାରିଖରେ ସୌନା ସୋରେନ୍(୨୦) ନାମକ ଜଣେ ଯୁବକ ବାହାରେ ବୁଲୁଥିବା ୯ ବର୍ଷର ନାବାଳିକାଙ୍କୁ ବିସ୍କୁଟ ଦେବାକୁ କହି ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ।

ଏ କଥା କାହାଆଗରେ କହିଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ପରେ ସୌନା ନାବାଳିକାଙ୍କୁ ଆଣି ତାଙ୍କ ଘରେ ଛାଡ଼ି ଦେଇଥିଲେ। ତେବେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ନାବାଳିକା ତାଙ୍କ ମା’ଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଏହାପରେ ଗାଁରେ ମୁରବି ମାନଙ୍କ ବୈଠକ ହୋଇଥିଲା। ବୈଠକରେ କୌଣସି ନିଷ୍ପତ୍ତି ହୋଇପାରିଲା ନାହିଁ। ତେଣୁ ବାଧ୍ୟ ହୋଇ ବିଳମ୍ବରେ ନାବାଳିକାଙ୍କ ପରିବାର ତରଫରୁ ଗୁରୁବାର ନାଲକୋ ଥାନାରେ ଲିଖିତ ଅଭିଯୋଗ କରାଗଲା। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ଯୁବକଙ୍କୁ ଥନାରେ ଅଟକ ରଖି ପଚରାଉଚୁରା କରାଯାଉଛି।