କଳା ଓ ସଂସ୍କୃତି

ମହିମା ସ୍ୱାମୀଙ୍କୁ ସମର୍ପିତ ହେଲା ନୂଆ ଶସ୍ୟ: ଅଙ୍ଗାରବନ୍ଧ ଅଲେଖ ମହିମା ଧାମରେ ନବାନ୍ନ ଭକ୍ଷଣ ଉତ୍ସବ ପାଳିତ

By Angul TV Bureau

September 13, 2023

ଅନୁଗୁଳ: ସ୍ଥାନୀୟ ଅଙ୍ଗାରବନ୍ଧ ଅଲେଖ ମହିମା ଧାମରେ ନବାନ୍ନ ଭକ୍ଷଣ ଉତ୍ସବ ପାଳିତ ହୋଇଛି। ଚଳିତ ବର୍ଷ ଭାଦ୍ରବ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ବ୍ରହ୍ମ ମୁହୂର୍ତ୍ତରେ କୃଷକର ନୂତନ ଶସ୍ୟ ମହିମା ସ୍ୱାମୀଙ୍କ ଠାରେ ସମର୍ପଣ କରି ନବାନ୍ନ ବ୍ୟବସ୍ଥା କରାଯାଇଥିଲା।

ନୂତନ ଆଟିକାରେ ନୂଆ ଧାନ, ଚୁଡା, କ୍ଷୀର, ଗୁଡ଼, ମହୁ, ଛେନା, ଦହି, ନୀର, ଶ୍ରୀକର୍ପୂର, ନଡ଼ିଆ, କଦଳୀ, ସେଓ, ଅଙ୍ଗୁର, ନାସପାତି, ଆମ୍ବ, କାକୁଡ଼ି, ଗୁଜୁରାତି, ଲବଙ୍ଗ, ପାନମଧୁରୀ, ଗୋଲମରିଚ ଆଦି ସାମଗ୍ରୀ ମିଶ୍ରଣ କରି ପ୍ରଭୁଙ୍କ ପାଖରେ ଲାଗି କରାଯାଇଥିଲା। ପରେ ଉପସ୍ଥିତ ସାଧୁ-ଭକ୍ତ ଏହାକୁ ଗ୍ରହଣ କରିଥିଲେ। ରତ୍ନାକର ପ୍ରଧାନ, ସହଯୋଗୀ ବିପିନ ପ୍ରଧାନ, ଅଗସ୍ତି ବେହେରା, ମୁରଲୀ ସାହୁ, ଭଗବାନ ସାହୁ ଭିକ୍ଷା ସମର୍ପଣ କରିଥିବା ବେଳେ ସାଧୁ ବାବା ମୁରଲୀ ଦାସ, ବାବା ବିଦ୍ୟାଧର ଦାସ, ବାବା ରବି ସାହୁ, ଭକ୍ତ ବାମଦେବ ସାହୁ, ଭିକାରୀ ନାଏକ, ହୃଦାନନ୍ଦ ପ୍ରଧାନ, ମହୁର ସାହୁ, ଦେବରାଜ ସାହୁ, କୈବଲ୍ୟ ସାହୁ, ଅଲେଖ ଚନ୍ଦ୍ର ବେହେରା, ଶ୍ରୀବତ୍ସ ସାହୁ, ମାୟାଧର ସାହୁ, ବିଜ୍ଞାନୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।