ଅନ୍ୟାନ୍ୟ

ନାବାର୍ଡର ୪୦ତମ ପ୍ରତିଷ୍ଠା ଦିବସ ପାଳିତ

By Angul TV Bureau

July 21, 2021

ଅନୁଗୁଳ: ରାଷ୍ଟ୍ରୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ)ର ୪୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ମଙ୍ଗଳବାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ଙ୍କ ଅଧ୍ୟକ୍ଷତା ତଥା ରାଜ୍ୟ ସରକାରଙ୍କ ବିକାଶ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନସଚିବ, ଅର୍ଥ ବିଭାଗର ପ୍ରମୁଖ ସଚିବ ଏବଂ ନାବାର୍ଡ ଭୁବନେଶ୍ଵରର ମୁଖ୍ୟ ମହାପ୍ରବନ୍ଧକଙ୍କ ଉପସ୍ଥିତିରେ ଏକ କାର୍ଯ୍ୟକ୍ରମ ଭର୍ଚୁଆଲ ମାଧ୍ୟମରେ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଗୁଳଠାରେ ଜିଲ୍ଲାପାଳ ସିଦ୍ଧାର୍ଥଶଙ୍କର ସ୍ଵାଇଁ, ନାବାର୍ଡ ଜିଲା ଅଧିକାରୀ, ଏଲ୍‌ଡିଏମ୍ ଏବଂ ଏସ୍‌ଏସ୍‌ର କର୍ମକର୍ଷା ଦ୍ରୋଣକୁମାର ଚନ୍ଦ୍ରାକର ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ୩୦ଟି ଜିଲାରୁ ଜଣେ ଲେଖାଏଁ ଅଗ୍ରଣୀ କୃଷକ, ମହିଳା ସ୍ଵୟଂ ସହାୟକ ଦଳ, କୃଷକ ଉତ୍ପାଦକ ସଂଘର ସଦସ୍ୟମାନଙ୍କୁ ବିଭିନ୍ନସ୍ତରରେ ସେମାନଙ୍କ ଉଦ୍ୟମକୁ ପ୍ରଶଂସା କରାଯିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଅନୁଗୁଳ ଟାଇଁସି ପଞ୍ଚାୟତର ଚାଷୀ ଅମରେଶ ସାହୁଙ୍କୁ ଜଳଛାୟା ଚିକିତ୍ସାଜନିତ କୃଷି ଉଦ୍ୟୋଗରେ ବିକାଶ କରିଥିବାରୁ ରାଜ୍ୟପାଳଙ୍କ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଥିଲା ।